କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ, ଜଣେ ଆତଙ୍କୀ ନିହତ
ଜମ୍ମୁ : ଜମ୍ମୁ-କାଶ୍ମୀରର କୁଲଗାମରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି ।
ସୂଚନା ଯୋଗ୍ୟ, ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ କାଜିଗୁଣ୍ଡରେ ଜମ୍ମୁ-ଶ୍ରୀନଗର ହାଇୱେରେ ଗୁରୁବାର ଅପରାହ୍ନ ପରେ ଆତଙ୍କବାଦୀମାନେ ବିଏସଏଫଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଆତଙ୍କବାଦୀମାନେ ଏକ ଦୋକାନ ମଧ୍ୟରେ ଲୁଚି ପୁଣି ଗୁଳିଚାଳନା କରିଥିଲେ । ଏଥିରେ ଜଣେ ସିଆରପିଏଫ ଯବାନ, ଜଣେ ସେନାର ଯବାନ ଓ ୨ ନାଗରିକଙ୍କ ଦେହରେ ଗୁଳି ବାଜିଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ମଧ୍ୟ ତଲାସି ଅଭିଯାନ ଜାରି ରହିଛି । ଯେଉଁ କୋଠାରେ ଆତଙ୍କବାଦୀ ଲୁଚି ରହିଛନ୍ତି, ସେଠାରେ ତଲାସି ଅଭିଯାନ ଜାରି ରହିଛି । ଏହାସହ ଶ୍ରୀନଗର-ଜମ୍ମୁ ହାଇୱେରେ ଯାତାୟାତ ରୋକା ଯାଇଛି ।