ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଏନକାଉଣ୍ଟର, ଜଣେ ଆତଙ୍କୀ ମୃତ
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ସେନା ଏବଂ ସୁରକ୍ଷାବାହିନୀ ବିରୋଧରେ ବଡ ଧରଣର ଅଭିଯାନ ଜାରି ରହିଛି । ଶନିବାର କାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥଲା । ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି ।
#UPDATE Shopian Encounter | 1 terrorist killed. Search going on. Further details shall follow: Kashmir Zone Police#JammuAndKashmir
— ANI (@ANI) February 19, 2022
ଏନକାଉଣ୍ଟରଟି ସୋପିଆନ ଜେନପୋରାର ଚେରମାର୍ଗରେ ହୋଇଥିଲା । ଏବେବି ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । କୁହାଯାଉଛି ଯେ, ସୁରକ୍ଷାକର୍ମୀ ୨ ଆତଙ୍କବାଦୀଙ୍କୁ ନଜର ବନ୍ଦୀ କରି ରଖିଛନ୍ତି । ପୂର୍ବରୁ ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଯବାନ ମାନେ ଖବର ପାଇ କମ୍ୱିଂ ଅପରେସନ କରିଥିଲେ ।