ଦ୍ଵିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବା ଶ୍ରୀଲଙ୍କା
ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଟି୨୦ ମ୍ୟାଚ୍ ଶନିବାର ଦିନ ଖେଳ ଯାଉଛି। ଏହି ମ୍ୟାଚରେ ଟସ୍ ଜିତି ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ସେ ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ତିନିଟିକିଆ ସିରିଜରେ ଭାରତ ପ୍ରଥମ ମ୍ୟାଚ୍ ଜିତି ୧-୦ ରେ ଆଗୁଆ ଅଛି।
ଧର୍ମଶାଳାରେ ଆଜି ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ଵିତୀୟ ମ୍ୟାଚ୍। ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଦଳର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଥମ ମ୍ୟାଚ୍ ଜିତି ଭାରତ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଆଜିର ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ଭାରତ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ମୁକାବିଲା ଜିତି ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ। ଭାରତୀୟ ଟିମ୍ ସିରିଜ୍ର ପ୍ରଥମ ମ୍ୟାଚ୍କୁ ୬୨ ରନ୍ରେ କବ୍ଜା କରିଥିଲା । ଦ୍ୱିତୀୟ ମ୍ୟାଚ୍କୁ ଜିତି ସିରିଜ୍ ହାତେବାକୁ ପ୍ରୟାସ କରିବ ଦଳ । ଧର୍ମଶାଳାରେ ଭାରତୀୟ ଟିମ୍ର ଏହା ତୃତୀୟ ମ୍ୟାଚ୍ । ଏହା ପୂର୍ବରୁ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ହାରିଥିଲା । ପରେ ଦ୍ୱିତୀୟ ମ୍ୟାଚ୍ ବର୍ଷା କାରଣରୁ ହୋଇପାରିନଥିଲା । ତେବେ ଆଜି ସନ୍ଧ୍ୟା ୭ଟାରେ ତୃତୀୟ ମ୍ୟାଚ୍ ଦଳ ଖେଳିବ। ଦୁଇ ଦଳ ଖେଳାଳିଙ୍କ ପାଇଁ ଏବେ ଚିନ୍ତାରେ । କାରଣ ଦଳର କିଛି ଖେଳାଳି ଆହତ ହୋଇଛନ୍ତି । ଦୀପକ ଚହର ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରେ ରିତୁରାଜ ଗାଇକୱାଡ ମଧ୍ୟ ଆହତ କାରଣରୁ ସିରିଜରୁ ବାଦ ପଡିଛନ୍ତି । ଏଥି ସହିତ, ଶ୍ରୀଲଙ୍କାର ପ୍ରମୁଖ ଖେଳାଳି ୱାନିନ୍ଦୁ ହାସରାଙ୍ଗା, କୁସାଲ ମେଣ୍ଡିସଙ୍କ ସମେତ ଅନେକ ନାମ ଚୟନ ପାଇଁ ଉପଲବ୍ଧ ନାହିଁ । ସ୍ପିନର ବୋଲର ମହୀଶ ଟିକ୍ନା ମଧ୍ୟ ଖେଳୁ ନାହାଁନ୍ତି ।
ଭାରତୀୟ ଦଳ :
ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ(ଓ୍ଵିକେଟ୍ କିପର), ଶ୍ରେୟସ ଆୟର, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡେଜା, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ହର୍ଷଲ ପଟେଲ୍, ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ।
ଶ୍ରୀଲଙ୍କା :
ପାଥୁମ ନିଶଙ୍କା, କମିଲ ମିଶରା, ଚରିଥ ଅସଲଙ୍କା, ଦାନୁସ୍କା ଗୁଣଥିଲକା, ଦିନେଶ ଚାନ୍ଦିମାଲ(ଓ୍ଵିକେଟ୍ କିପର), ଦିନେଶ ଚାନ୍ଦିମାଲ(ଓ୍ଵିକେଟ୍ କିପର), ଦାସୁନ ଶନାଙ୍କା(ଅଧିନାୟକ), ଚାମିକା କରୁଣାରତ୍ନେ, ଦୁଷ୍ମନ୍ତା ଚମିରା, ପ୍ରବୀଣ ଜୟବିକ୍ରମା, ବିନୁରା ଫର୍ଣ୍ଣାଡୋ, ଲାହିରୁ କୁମାର।