ଖୋର୍ଦ୍ଧା ଜିଲାରେ ବି ଖୋଲିବ ସ୍କୁଲ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ମହାମାରୀ କରୋନା ଯୋଗୁଁ ଦୀର୍ଘ ଦେଢ଼ବର୍ଷ ଧରି ବନ୍ଦ ରହିଥିବା ସ୍କୁଲ ଖୁବଶୀଘ୍ର ରାଜ୍ୟରେ ଖୋଲିବ । ଏହି ପରିପ୍ରେକ୍ଷୀରେ ରେଡ ଜୋନରେ ଖୋର୍ଦ୍ଧା ଜିଲାରେ ମଧ୍ୟ ସ୍କୁଲ ଖୋଲିବ ବୋଲି ଜଣାପଡିଛି। କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ । ତେବେ ଖୋର୍ଦ୍ଧା ଜିଲାରେ ସ୍କୁଲ ଖେଲିବା ପରେ ଯଦି କିଛି ସମସ୍ୟା ହୁଏ । ତେବେ ସ୍କୁଲ ବନ୍ଦ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା ଦେଇଛନ୍ତି ।
ସୂଚନା ଯେ, ରାଜ୍ୟରେ ଆସନ୍ତା ୨୫ ତାରିଖରୁ କିଛି ଶ୍ରେଣୀରେ ପାଠ ପଢା ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପରେ ପର୍ଯ୍ୟାକ୍ରମେ ସମସ୍ତ ସ୍କୁଲ ଖୋଲିଯିବ ବୋଲି ଜଣାପଡିଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଥିବାରୁ ଏଠାରେ ସ୍କୁଲ ଖୋଲିବ ବ କି ନାହିଁ । ସେନେଇ ସସ୍ପେନ୍ସ ଲାଗି ରହିଥିଲା । କିନ୍ତୁ ଆଜି ଖୋଦ୍ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ରେଡ ଜୋନ୍ ରେ ଥିଲେ ମଧ୍ୟ ଏଠାରେ ସ୍କୁଲ ଖୋଲିବ। କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ । ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଖେଲିବା ପରେ ଯଦି କିଛି ସମସ୍ୟା ହୁଏ । ତେବେ ସ୍କୁଲ ବନ୍ଦ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।