ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁସେପ୍ଟେମ୍ବରମାସ ପାଇଁମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟସୂଚୀ
ବାରିପଦା-ତା.୦୫.୦୯.୨୦୨୨ ରିଖ ।
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁସେପ୍ଟେମ୍ବରମାସରମିଳିତ ଜନ ଅଭିଯୋଗ ଶୁଣାଣୀଶିବିରକାର୍ଯ୍ୟକ୍ରମ ନିର୍ଦ୍ଧାରିତହୋଇଅଛି ।ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଯଥାକ୍ରମେ ପ୍ରଥମ ସୋମବାର-ତା.୦୫.୦୯.୨୦୨୨ ରିଖରେଜିଲ୍ଲାପାଳଙ୍କକାର୍ଯ୍ୟାଳୟଫେସିଲିଟେସନ କେନ୍ଦ୍ର, ଦ୍ୱିତୀୟ ସୋମବାର ତା.୧୨.୦୯.୨୦୨୨ ରିଖରେ ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ , ତୃତୀୟ ସୋମବାର ତା.୧୯.୦୯.୨୦୨୨ ରିଖରେ ପାଂଚପୀଢ ଉପଖଣ୍ଡ କରଂଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠଏବଂଚତୁର୍ଥ ସୋମବାରା ତା.୨୬.୦୯.୨୦୨୨ ରିଖରେ କପ୍ତିପଦା ଉପଖଣ୍ଡ ଉଦଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ ଅନୁଷ୍ଠିତ ହେବ ।ଉକ୍ତମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସଂପୃକ୍ତଜିଲ୍ଲାସ୍ତରୀୟ ଅଧିକାରୀ / ଉପଖଣ୍ଡର ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ସିଡିପିଓ, ଉପଖଣ୍ଡ ସ୍ତରୀୟସମସ୍ତ ଅଧିକାରୀ ଏବଂଲାଇନ ବିଭାଗର ଅଧିକାରୀ ଉପସ୍ଥିତରହିବାକୁଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ଉକ୍ତ ଧାର୍ଯ୍ୟତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁଥିବାମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ସଂପୃକ୍ତ ଅଚଂଳର ଜନ ସାଧାରଣ ନିଜରବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସଂପର୍କୀତ ଅଭିଯୋଗ ଲିଖିତ ଅଥବା ମୌଖିକ ଭାବେଶିବିରରେ ଉପସ୍ଥିତ ରହିଜଣାଇ ପାରିବେ । ଏହାରଏକକିତା ନକଲ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି, ବାରିପଦା / ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକବାରିପଦା ଙ୍କ ସଦୟ ଅବଗତି ତଥା ପ୍ରକାଶନ ଓ ପ୍ରସାରଣ ନିମନ୍ତେ ପ୍ରେରଣକରାଗଲା ।