SBI Recruitment 2023 : ଏସବିଆଇରେ ପାଇପାରିବେ ନିଯୁକ୍ତି, ସ୍ନାତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
ଅନେକ ବ୍ୟକ୍ତିଙ୍କର ଇଚ୍ଛା ରହିଥାଏ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ରେ ଚାକିରୀଟିଏ କରିବା ପାଇଁ । ସବୁ ଚାକିରୀ ମଧ୍ୟରେ ବ୍ୟାଙ୍କ ଚାକିରୀକୁ ଅତ୍ୟନ୍ତ ସର୍ବୋତ୍ତମ ବୋଲି ମଧ୍ୟ ଅନେକ ବିବେଚନା କରିଥାନ୍ତି । ଅନେକ ଲୋକଙ୍କର ଏହା ମଧ୍ୟ ଭାବନା ରହିଛି ଯେ, ବିଶେଷ କରି ମହିଳାଙ୍କ ପାଇଁ ବ୍ୟାଙ୍କ ଚାକିରୀ ଖୁବ ଭଲ । ଯଦି ଆପଣ ମଧ୍ୟ ବ୍ୟାଙ୍କ ଚାକିରୀ କରିବାକୁ ଇଚ୍ଛା ରଖିଛନ୍ତି ତେବେ ଆମେ ଆପଣଙ୍କୁ ଏସବିଆଇ ନିଯୁକ୍ତି ସମ୍ପର୍କରେ ଅନେକ ତଥ୍ୟ ଦେବାକୁ ଯାଉଛୁ । ଯାହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ହେବ । କାରଣ ଏସବିଆଇରେ ଅନେକ ଗୁଡିଏ ପଦବୀ ଖାଲି ପଡିଛି । ଏଥିପାଇଁ ଆପଣ SBI ର ଅଫିସିଆଲ୍ ୱେବସାଇଟ୍ sbi.co.in ପରିଦର୍ଶନ କରିବା ସହ ଆବେଦନ ଫର୍ମ ପୂରଣ କରିପାରିବେ ।
ସୂଚନା ମୁତାବକ ଏସବିଆଇରେ ୬,୧୬୦ ଖାଲି ପଦବୀ ପୂରଣ ପାଇଁ ଘୋଷଣା କରାଯାଇଛି । ଏହି ପୋଷ୍ଟଗୁଡିକ ପାଇଁ ଲିଖିତ ଅନଲାଇନ୍ ପରୀକ୍ଷା ଚଳିତ ୨୦୨୩ ମସିହା ଅକ୍ଟୋବର କିମ୍ୱା ନଭେମ୍ବର ମାସରେ କରାଯାଇପାରେ । ଯଦି ଆପଣ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେପ୍ରଥମେ ନିମ୍ନରେ ଦିଆଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଗୁଡ଼ିକୁ ଭଲ ଭାବରେ ପଢିନିଅନ୍ତୁ ।
ଆବେଦନ ପାଇଁ ଦେୟ କେତେ :
ତଥ୍ୟ ଅନୁଯାୟୀ ଜେନେରାଲ / ଓବିସି / ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି ବାବଦକୁ ୩ଶହ ଟଙ୍କା ଦେବାକୁ ପଡିବ । କିନ୍ତୁ ଏସସି, ଏସଟି ପିଡବ୍ଲ୍ୟୁବିଡି ପ୍ରାର୍ଥୀମାନେ ବିନା କୌଣସି ଦେୟରେ ଆବେଦନ କରିପାରିବେ ।
କେଉଁ ଆଧାରରେ ଚୟନ :
SBI ଆପ୍ରେଣ୍ଟିସ୍ ନିଯୁକ୍ତି ୨୦୨୩ ପାଇଁ ଚୟନ ପ୍ରକ୍ରିୟା ପ୍ରଥମେ ଅନଲାଇନ୍ ପଞ୍ଜୀକରଣ ମାଧ୍ୟମରେ କରାଯିବ ପରେ ଅନଲାଇନ୍ ମାଧ୍ୟମରେ ଲିଖିତ ପରୀକ୍ଷା, ସ୍ଥାନୀୟ ତଥା ଆଞ୍ଚଳିକ ଭାଷା ପରୀକ୍ଷା ଏବଂ ସର୍ବଶେଷରେ ଡାକ୍ତରୀ ପରୀକ୍ଷା କରାଯିବ ।
ପରୀକ୍ଷା ସମୟ :
ଏସବିଆଇ ଆପ୍ରେଣ୍ଟିସ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ସମୁଦାୟ ୧୦୦ ମାର୍କର ୧୦୦ଟି ପ୍ରଶ୍ନ ଦିଆଯିବ । ସେହି ପ୍ରଶ୍ନ ଗୁଡିକର ଉତ୍ତର ୧ ଘଣ୍ଟା ମଧ୍ୟରେ ଦେବାକୁ ପଡିବ ।
ଶିକ୍ଷାଗତ ଯୋଗ୍ୟତା :
ଏସବିଆଇରେ ବାହାରିଥିବା ଏବି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଯେକୈଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ନିହାତି ଆବଶ୍ୟକ ।
ବିଜ୍ଞପ୍ତି ଦେଖିବା ପାଇଁ ଆପଣ SBI sbi.co.in ର ଅଫିସିଆଲ୍ ୱେବସାଇଟ୍ କୁ ଭିଜିଟ୍ କରିପାରିବେ । ପରେ କ୍ୟାରିଅର୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ କରେଣ୍ଟ୍ ଭ୍ୟାକାନ୍ସ ଉପରେ କ୍ଲିକ୍ କରନ୍ତୁ । ପେଜ୍ କୁ ସାମାନ୍ୟ ସ୍କ୍ରୋଲ୍ କରନ୍ତୁ ଏବଂ ଆପ୍ରେଣ୍ଟିସ୍ ନିଯୁକ୍ତି ଉପରେ କ୍ଲିକ୍ କରନ୍ତୁ । ଅନଲାଇନ୍ ଆବେଦନ ପେଜକୁ ଯାଆନ୍ତୁ । ପ୍ରଥମେ ଡକ୍ୟୁମେଣ୍ଟରେ ଥିବା ତଥ୍ୟ ଅନୁସାରେ ନିଜର ପଞ୍ଜିକରଣ କରନ୍ତୁ । ପରେ ଲଗଇନ୍ ପ୍ରମାଣପତ୍ର (Login credentials)କୁ ନିଜ ପାଖରେ ରଖନ୍ତୁ । ଆବେଦନ ଫର୍ମ ପୂରଣ କରିବା ସହିତ ଅନଲାଇନରେ ଦେୟ ଦେଇପାରିବେ ଆପଣ । ଫର୍ମକୁ ପ୍ରିଣ୍ଟଆଉଟ କରି ଭବିଷ୍ୟତରେ ବ୍ୟବହାର ପାଇଁ ଏକ କପି ରଖନ୍ତୁ ।