ଜୁନ ୯ ପର୍ଯ୍ୟନ୍ତ ଇଡି ହେପାଜତରେ ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟ ଜୁନ ୯ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଛନ୍ତି । ଶ୍ରୀ ଜୈନଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଗତକାଲି ଗିରଫ କରିଥିଲା । ଆଉ ଆଜି ତାଙ୍କୁ ରାଉଜ ଏବେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଇଡି ତରଫରୁ ସଲିସେଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ, କେଉଁ ହବାଲାରେ ଟଙ୍କା ଲଗାଣ ଓ ପଠାଯାଇଛି ଆମ ପାଖରେ ତା’ର ତଥ୍ୟ ରହିଛି । ଆମେ ୧୪ ଦିନ କଷ୍ଟୋଡୀ ମାଗିଥିଲୁ ।
ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କିଛି ଘଣ୍ଟା ଜେରା ପରେ ଧନ ଶୋଧନ ନିବାରଣ ଅଧିନିୟମର ଅପରାଧିକ ଧାରା ଅନ୍ତର୍ଗତ ଗିରଫ କରାଯାଇଥିଲା । ଶ୍ରୀ ଜୈନ ଇଡି ପ୍ରଶ୍ନର ଜବାବ ଦେଇପାରି ନଥିଲେ ।