ସାରସ୍ୱତ ସାଧକ ସୀତାକାନ୍ତ ମହାପାତ୍ରଙ୍କୁ ପ୍ରାଚୀ ରତ୍ନ ସମ୍ମାନ
କଟକ : ବିଶିଷ୍ଟ ସାରସ୍ୱତ ସାଧକ ଓ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ସୀତାକାନ୍ତ ମହାପାତ୍ରଙ୍କୁ ପ୍ରାଚୀ ସହିତ୍ୟ ସମାଜ ପକ୍ଷରୁ ‘ପ୍ରାଚୀ ରତ୍ନ ସମ୍ମାନ’ ତାଙ୍କ ବାସଭବନରେ ପ୍ରଦାନ କରାଯାଇଛି । ଉତ୍କଳ ସହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ପ୍ରାଚୀ ସହିତ୍ୟ ସମାଜର ସମ୍ପାଦକ ଡ. ବିଭୁଦତ୍ତ ଖଣ୍ଡାୟତ ରାୟ ଉପସ୍ଥିତ ରହି ଶ୍ରୀ ମହାପାତ୍ରଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରିଥିଲେ । ଓଡିଆ ସାହିତ୍ୟର ବାଣୀ ଭଣ୍ଡାରକୁ ନିଜର ଶକ୍ତିଶାଳି କବିତା, ପ୍ରବନ୍ଧ ଓ ଭ୍ରମଣ କାହାଣୀରେ ସମୃଦ୍ଧ କରିଥିବା ଶ୍ରୀ ମହାପାତ୍ର ଜଣେ ପ୍ରେରଣାଦିପ୍ତ କାବ୍ୟ ପୁରୁଷ ରୁପେ ସୁପରିଚିତ । ସୀତାକାନ୍ତ ମହାପାତ୍ରଙ୍କର କାବ୍ୟଯାତ୍ରା ଅହୁରି ତେଜୋଦିପ୍ତ ହେବାର କାମନା କରି ପ୍ରାଚୀ ସାହିତ୍ୟ ସମାଜର ପ୍ରତିଷ୍ଠାତା ତଥା ବିଶିଷ୍ଟ କବି ଜୟନ୍ତ ମହାପାତ୍ର ତାଙ୍କୁ ସୁଭେଚ୍ଛା ବାର୍ତ୍ତା ଜ୍ଞାପନ କରିଥିଲେ ।