ପଞ୍ଚୁପାଲି ଠାରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ
ବାଲେଶ୍ବର : ସଂସ୍କୃତ ଭାରତୀ ଉତ୍କଳ ପ୍ରାନ୍ତ ପକ୍ଷରୁ ଦୀର୍ଘ ୧୫ ଦୀନ ଧରି ବାଲିଆପାଳ ବ୍ଲକ ସ୍ଥିତ ଦୁର୍ଗାପ୍ରସନ ମହାବିଦ୍ୟାଳୟ ଓ ପଞ୍ଚୁପାଲି କାମଳ କୁମାରୀ ଦୁଇ ମହାବିଦ୍ୟାଳରେ ଚାଲିଥିବ ସଂସ୍କୃତ ସମ୍ଭାଷଣ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦୁର୍ଗାପ୍ରସନ ମହାବିଦ୍ୟାଳୟ ରେ ପ୍ରଚାର୍ଯ୍ୟ ଦୁର୍ଗା ଶଙ୍କର ପରିଡ଼ାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ବେଳେ ସଭାରେ କୁନ୍ତଳା କୁମାରୀ ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ଡ ଲକ୍ଷ୍ମୀକାନ୍ତ ରଥ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବକ୍ତବ୍ୟ ରେ କହିଥିଲେ ସଂସ୍କୃତ ଭାଷା ଭାରତକୁ ବିଶ୍ୱରେ ଗୁରୁ ରୂପେ ପରିଚୟ ଦେଇପାରିବ। କୁନ୍ତଳା କୁମାରୀ ମହାବିଦ୍ୟାଳୟର ଅଧ୍ୟାପିକା ଦୁର୍ଗାମଣି ଗିରି ଅଥିତି ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ଅନସୂୟା ସଭା ସଞ୍ଚାଳନ କରିଥିଲେ।ସଂସ୍କୃତଭାରତୀର ବିସ୍ତାରକ ଅଜୟ କୁମାର ଦତ୍ତ ସଙ୍ଗଠନ ର ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଛାତ୍ରୀ ଛାତ୍ର ସଂସ୍କୃତ ରେ ନାଟକ, ସଙ୍ଗୀତ, ଅନୁଭବ କଥନ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଭାଗୀୟ ଜିଲ୍ଲା ସଂଯୋଜିକା ବାଣେଶ୍ୱରୀ ଜେନା ଉପସ୍ଥିତ ରହିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।