ରାମଲୀଳା ପ୍ରଚାର ସମିତିର ସଂକ୍ରାନ୍ତି ଉତ୍ସବ
କଟକ : ରାମଲୀଳା ପ୍ରଚାର ସମିତି ମାରୁତିମଣ୍ଡପ ପକ୍ଷରୁ ସଂକ୍ରାନ୍ତି ଉତ୍ସବ ସମିତିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଚୌଧୁରୀ କାଶୀନାଥ ମଲ୍ଲିକ ଅଧ୍ୟକ୍ଷତା କରି କଟକ ସହରର ସାହି ବସ୍ତି ମାନଙ୍କରେ ଗ୍ରାମସଭା ମାଧ୍ୟମରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରି ଯୁବପୀଢ଼ଙ୍କକୁ ଉତ୍ତମ ନାଗରିକ ଭାବେ ଗଢ଼଼ିତୋଳିବାକୁ ପରାମର୍ଶ ଦେଇଥିଲେ । ସର୍ବବ୍ୟବସ୍ଥାପକ ଗୋପାଳ ଚନ୍ଦ୍ର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଲୋକସଂପର୍କ ପ୍ରମୁଖ କୈଳାସ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଯୋଗଦେଇ ସମିତି ମାଧ୍ୟମରେ ଗ୍ରାମାଂଚଳରୁ ସହର ପର୍ଯ୍ୟନ୍ତ ରାମନାମ ପ୍ରଚାର କରାଯାଉ, ଭାରତ ମସଲା ଏଥିରେ ସହଯୋଗ କରିବ ବୋଲି କହିଥିଲେ । ଉପସଭାପତି ଅଶୋକ ଦାଶ ସମିତିର ନୂତନ କମିଟି ଗଠନ ଓ କର୍ମକର୍ତ୍ତା ସମ୍ପର୍କରେ ସମ୍ୟକ ସୁଚନା ଦେଇଥିଲେ । ପୁଷ୍ପକାନ୍ତି ମହାନ୍ତି କବିତା ପାଠ କରିଥିଲେ । ପ୍ରବଚକ ପ୍ରଦୀପ୍ତ କୁମାର ମହାପାତ୍ର ରାମନାମ ରୂପକ ଅମୃତରସ ପାନ କରାଇଥିଲେ । ଏହି ସଭାରେ ବରିଷ୍ଠ ସଦସ୍ୟ ସି.ଏଚ. ରାମମୋହନ ରାଓ, ସନ୍ତୋଷ କୁମାର ମଲ୍ଲିକ, କେଶବ ଚନ୍ଦ୍ର ଜେନା, ସୋମନାଥ ଦାସ, ଦିଲ୍ଲିପ ସ୍ୱାଇଁ, ନଳିନ ସେନାପତି, ନିବାସ ଚନ୍ଦ୍ର ମିଶ୍ର, ଜିତୁ ବାରିକ, ମାଧବ ମିଶ୍ର, ଲକ୍ଷ୍ମୀ ମିଶ୍ର, ଶିବ ଚରଣ ସିହ୍ନା, ସନ୍ଧ୍ୟାରାଣୀ ମୁଦୁଲି, ଦେବୀପ୍ରସନ୍ନ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବିଜୟ ପାଇଟାଲ ରାମଧୁନ ଗାନ କରିଥିଲେ ।
ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧବାର୍ଷିକୀ