ଆଡିଲେଡ୍ ଇଣ୍ଟରନ୍ୟାସନାଲ ମହିଳା ଡବଲ୍ସ ସେମିଫାଇନାଲରେ ସାନିଆ-ନାଦିଆ ଯୋଡି
ଆଡିଲେଡ୍ : ଆଡିଲେଡ୍ ଇଣ୍ଟରନ୍ୟାସନାଲ ଟୁର୍ନାମେଣ୍ଟରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କ ବିଜୟ ଅଭିଯାନ ଜାରି । ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ସାନିଆ ଓ ତାଙ୍କର ୟୁକ୍ରେନ ପାର୍ଟନର ନାଦିଆ କିଚେନକ୍ । ଗୁରୁବାର ଖେଳାଯାଇଥିବା କ୍ବାର୍ଟର ମୁକାବିଲାରେ ଆମେରିକୀୟ ଖେଳାଳି ସେଲବି ରୋଜର୍ସ ଓ ଗ୍ରେଟ୍ ବ୍ରିଟେନ୍ର ହିଥର ୱାଟସନଙ୍କୁ ପରାସ୍ତ କରିଛନ୍ତି ସାନିଆ ଓ ନାଦିଆ ଯୋଡି।
ସାନିଆ ଓ ନାଦିଆ ଯୋଡି କ୍ବାର୍ଟର-ଫାଇନାଲରେ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ୬-୦, ୧-୬, ୧୦-୫ ସେଟ୍ରେ ହରାଇଛନ୍ତି । ଏହି ମ୍ୟାଚ୍ ୫୫ ମିନିଟ୍ ଧରି ଖେଳାଯାଇଥିଲା । ଭାରତ ଓ ୟୁକ୍ରେନ ଯୋଡି ସେମିଫାଇନାଲରେ ଅଷ୍ଟ୍ରେଲୀୟ ଯୋଡି ଆସଲେ ବାର୍ଟି ଓ ଷ୍ଟୋର୍ମ ସାଣ୍ଡର୍ସଙ୍କୁ ଭେଟିବେ । ସାନିଆ ଓ ନାଦିଆ ଯୋଡି ପୂର୍ବରୁ ଜର୍ବିଏଲା ଡାବ୍ରୋସକି ଓ ଗିୟୁଲିଆନା ଓଲମସଙ୍କୁ ୧-୬, ୬-୩, ୧୦-୮ରେ ପ୍ରଥମ ରାଉଣ୍ଡରେ ହରାଇଥିଲେ । ଜାନୁଆରୀ ୧୭ରୁ ମେଲବର୍ଣ୍ଣରେ ଖେଳାଯିବାକୁ ଥିବା ମେଗା ଟେନିସ ଟୁର୍ନାମେଣ୍ଟ ପୂର୍ବରୁ ଆଡିଲେଡ୍ ଇଣ୍ଟରନ୍ୟାସନାଲ୍ ଖେଳାଯାଉଛି ।