ସମିର ୱାଙ୍ଖଡ଼େ ବନାଇଥିଲେ ଦୁଇ ଦୁଇଟି ମୃତ୍ୟ ପ୍ରମାଣ ପତ୍ର : ନବାବ ମଲିକ
ମୁମ୍ବାଇ : ମହାରଷ୍ଟ୍ରର ସଂଖ୍ୟାଲଘୁ କାର୍ଯ୍ୟ ମନ୍ତ୍ରୀ ନବାବ ମଲିକ ଦାବି କରିଛନ୍ତି ଯେ ଏନ୍ସିବିର ଜେନେରାଲ ଡାଇରେକ୍ଟର ସମିର ୱାଙ୍ଖଡ଼େ ତାଙ୍କ ମା ଙ୍କ ଦୁଇଟି ମୃତ୍ୟ ପ୍ରମାଣ ପତ୍ର ବନାଇଥିଲେ । ୱାଙ୍ଖଡ଼େ ଗୋଟିଏ ତାଙ୍କ ମା’ଙ୍କୁ କବର ଦେବା ପାଇଁ ଓ ଅନ୍ୟଟି ସରକାରି କାମ ପାଇଁ ବନାଇଥିଲେ ।
ନବାବ ମଲିକ ଗୁରୁବାର ସାମ୍ବାଦିକ ମାନଙ୍କୁ କହିଛନ୍ତି ୱାଙ୍ଖଡ଼େ ମା’ଙ୍କ ମୃତ୍ୟ ପ୍ରକୃତରେ ୧୬ ଏପ୍ରିଲ ୨୦୧୫ ହୋଇଥିଲା । ଏହି ଅନୁସାରେ ସେ ମୁସଲିମ ରିତି ନିତି ଅନୁସାରେ ମା ଙ୍କ ଶବକୁ ପୋତିଥିଲେ ଓ ମୁସଲିସ ଅନୁସାରେ ମୃତ୍ୟ ପ୍ରମାଣ ପତ୍ର ମଧ୍ୟ ପାଇଥିଲେ । ୱାଙ୍ଖଡ଼େ ସରକାରି କାଗଜପତ୍ର ପାଇଁ ଓସିଭରା ସ୍ମଶାନ ଭୁମିରୁ ଆଉ ଗୋଟିଏ ପ୍ରମାଣ ପତ୍ର ବନାଇଥିଲେ । ଏହି ଘଟଣାରେ ବାନଖେଡେ କହିଛନ୍ତି ସେ ମୁଳରୁ ହେଉଛନ୍ତି ମୁସଲମାନ କିନ୍ତୁ ଚାକିରିକୁ ବଂଚାଇବା ପାଇଁ ସେ ହିନ୍ଦୁ ଧର୍ମର କବଚ ଧାରଣ କରିଛନ୍ତି ।