ଇସ୍ରୋ ମୁଖ୍ୟ ଭାବେ ନିଯୁକ୍ତି ପାଇଲେ ଏସ୍ ସୋମନାଥ
ନୂଆଦିଲ୍ଲୀ: ଦେଶର ପରବର୍ତୀ ଇସ୍ରୋ ମୁଖ୍ୟ ଭାବେ କେନ୍ଦ୍ର ସରକାର ବରିଷ୍ଠ ବୈଜ୍ଞାନିକ ଏସ୍ ସୋମନାଥଙ୍କୁ ନିଯୁକ୍ତି ଦେଇଛନ୍ତି । ସେ ବର୍ତମାନ ଇସ୍ରୋ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା କେ ଶିବନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଦାୟିତ୍ୱ ଗ୍ରହଣ କରିବେ । କେ ଶିବନଙ୍କ କାର୍ଯ୍ୟକାଳ ଆସନ୍ତା ୧୪ ତାରିଖ ଶେଷ ହେବାକୁ ଯାଉଛି । ଏହା ପରେ ଏସ୍ ସୋମନାଥ ଇସ୍ରୋ ମୁଖ୍ୟ ହେବେ ।
ଏସ୍ ସୋମନାଥ ଜିଏସ୍ଏଲଭି ଏମକେ-ଆଇଆଇଆଇ ଲଂଚର୍ ବିକଶିତ କରିଥିଲେ । ସେ ତାଙ୍କ କ୍ୟାରିୟର ଆରମ୍ଭ ସମୟରେ ପୋଲାର ସ୍ୟାଟେଲାଇଟ ଲଂଚ ଭେଇକିଲ(ପିଏସ୍ ଏଲଭି) ବିକଶିତ କରିବା ପାଇଁ ଗଠିତ ଟିମ୍ର ନେତୃତ୍ୱ ନେଇଥିଲେ । ଏବେ ତାଙ୍କୁ କେନ୍ଦ୍ର ସରକାର ଆସନ୍ତା ୩ ବର୍ଷ ପାଇଁ ସ୍ପେଶ ବିଭାଗର ସଚିବ ଓ ସ୍ପେଶ କମଶିନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଏସ୍ ସୋମନାଥ ୨୦୧୮ ଜାନୁଆରୀ ୨୨ରୁ ବିକ୍ରମ ସରଭାଇ ସ୍ପେଶ ସେଂଟର (ଭିଏସ୍ଏସ୍ସି)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଲଂଚ ଭେଇକିଲ ଷ୍ଟ୍ରକଚରାଲ ସିଷ୍ଟମ, ଷ୍ଟ୍ରକଚରାଲ ଡାଇନାମିକ, ମେକାନିଜିମ, ପାୟରୋ ସିଷ୍ଟମ ଓ ଲଂଚ ଭେଇକିଲ ଇଂଟିଗ୍ରେସନ ଭଳି କାର୍ଯ୍ୟକ୍ରମର ବିଶେଷଜ୍ଞ । ଏସ୍? ସୋମନାଥ କୋଲ୍ଲାମରେ ଥିବା ଟିକେଏମ କଲେଜ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିଂରେ ଗ୍ରାଜ୍ୟୁଏଟ ହୋଇଥିଲେ । ଏହାପରେ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ ସେ ଏରୋସ୍ପେଶ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।
୧୯୮୫ରେ ସେ ଭିଏସ୍ଏସସିରେ ଯୋଗଦେଇଥିଲେ । ୨୦୧୦ ଜୁନରୁ ୨୦୧୪ ଯାଏ ସେ ଜିଏସଏଲଭି ଏମକେ-ଆଇଆଇଆଇର ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଏସ୍ ସୋମନାଥ ଭିଏସଏସିର ଷ୍ଟ୍ରକଚର୍ସ ଏଂଟିଟି ଓ ‘ଚକ୍ସକ୍ଟକ୍ଟ୍ରଙ୍କକ୍ଷଗ୍ଦସକ୍ଟଦ୍ଭ ବଦ୍ଭୟ ଝକ୍ଟ୍ରବମର ଙକ୍ସୟସଦ୍ଭବଦ୍ଭମର ଋଦ୍ଭଗ୍ଧସଗ୍ଧଚ୍ଚ’ର ଡେପୁଟି ନିର୍ଦ୍ଦେଶକ ଭାବେ ୨୦୧୪ ନଭେମ୍ବର ମାସ ଯାଏ କାର୍ଯ୍ୟ କରିଥିଲେ । ଜିଏସଏଲଭିର ସ୍ୱଦେଣୀ କ୍ରାୟୋଜେନିକ ଷ୍ଟେଜର ସଫଳ ଲଂଚ ପଛରେ ଏସ୍ ସୋମନାଥ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।