ଆଜିଠୁ ୪ ଦିନିଆ ବିଦେଶ ଗସ୍ତରେ ଯିବେ ଏସ୍ ଜୟଶଙ୍କର
ନୂଆଦିଲ୍ଲୀ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ରବିବାର ଠାରୁ ୪ ଦିନିଆ ବିଦେଶ ଗସ୍ତରେ ଯିବେ। ସେ କାର୍ଗୀସ୍ଥାନ, ଖାଜକସ୍ତାନ ଓ ଆର୍ମେନିଆ ଯିବେ। ଜୟଶଙ୍କରଙ୍କ ଏହି ବିଦେଶ ଗସ୍ତ ଆଜି ଠାରୁ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୩ରେ ଶେଷ ହେବ।
ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଅକ୍ଟୋବର ୧୦ରୁ ୧୧ ତାରିଖ କାର୍ଗୀ ରିପ୍ଲବିକରେ ରହିବେ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ସେ ସୋମବାର ଖାଜକସ୍ତାନ ଅଭିମୁଖେ ବାହାରିବେ। ଜୟଶଙ୍କର ଶେଷରେ ଅକ୍ଟୋବର ୧୨ରେ ଆର୍ମେନିଆ ଯିବେ। ସେଠାରେ ଅକ୍ଟୋବର ୧୨-୧୩ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏହି ୩ଟି ଦେଶକୁ ଗସ୍ତରେ ଭାରତର ଦ୍ବିପାକ୍ଷୀକ ବୁଝାମଣାକୁ ସମୃଦ୍ଧ କରିବ। ଭାରତର ବିକାଶରେ ଜୟଶଙ୍କରଙ୍କ ଗସ୍ତର ବଡ଼ ଭୂମିକା ରହିବ। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପଡୋଶୀ ଦେଶଗୁଡ଼ିକ ସହିତ ଭାରତର ସଂପର୍କ ଦିନକୁ ଦିନ ସୁଦୃଢ଼ ହୋଇଛି।