କିଭ୍ ଉପରେ ବଡ଼ ଆକ୍ରମଣ କଲା ଋଷ ସେନା, ଜଣେ ଶିଶୁ ସମେତ ୬ ମୃତ
ନୂଆଦିଲ୍ଲୀ : ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦଶମ ଦିନରେ ପହଞ୍ଚିଥିବା ବେଳେ ଏହି ଯୁଦ୍ଧ ଥମିବାର ନା ନେଉନାହିଁ । ଏହାରି ଭିତରେ ଋଷ ସେନା କିଭ୍ ଉପରେ ବଡ ଆକ୍ରମଣ କରିଛି । ଏଥିରେ ଜଣେ ଶିଶୁ ସମେତ ୬ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି ।
ୟୁକ୍ରେନ-ଋଷ ଭିତରେ ଚାଲୁଥିବା ସାମରିକ ଯୁଦ୍ଧ ଉଗ୍ର ରୂପ ନେଉଛି । ଅଲଗା ଅଲଗା ସହରକୁ ଧ୍ୱଂସ କରିବାରେ ଲାଗିଛିନ୍ତି ଋଷ ସୈନିକ । କିଭ୍ କବଜା କରିବା ପାଇଁ ଋଷ ଜୋରଦାର ଚେଷ୍ଟା ଚଳାଇଛି। କିଭ୍ ନିକଟରେ ହୋଇଛି ଆକ୍ରମଣ । କିଭ ଉପରେ ଏହା ଏକ ବଡ ଆକ୍ରମଣ ବୋଲି ଦାବି କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ସେ ଜବାବରେ ଋଷର ୧୦ ହଜାର ସୈନ୍ୟଙ୍କ ପ୍ରାଣ ହାନି ଘଟିଲାଣି । ୟୁକ୍ରେନ ଏହା ସହ ଦାବି କରିଛି ଯେ ଶନିବାର ଋଷର ଏକ ହେଲିକପ୍ଟରକୁ ନଷ୍ଟ କରିବାରେ ସଫଳ ହୋଇଛି । ଋଷ ଆକ୍ରମଣରେ ୨୮ ଶିଶୁଙ୍କ ମୃତୁ ହୋଇଥିବା ବେଳେ ୮୪୦ ଶିଶୁ ଗୁରୁତର ହୋଇଛନ୍ତି ବୋଲି ୟୁକ୍ରେନ ଜାତୀୟ ନିରାପତ୍ତା ପରିଷଦ ଦାବି କରିଛି । ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ପରିଷଦ ଦାବି କରିଛି । ୟୁକ୍ରେନ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଗ୍ର ରୁପ ନେବାରେ ଲାଗିଛି । ଅଲଗା ଅଲଗା ସହରକୁ ଧ୍ୱଂସ କରିବାରେ ଲାଗିଛନ୍ତି ଋଷ ସୈନିକ । କିଭ କବଜା କରିବା ପାଇଁ ଋଷ ଚେଷ୍ଟା ଚଳାଇଛି ।