ଯୁଦ୍ଧରେ ଋଷ ଭ୍ୟାକ୍ୟୁମ୍ ବୋମା ବ୍ୟବହାର କରୁଛି : ବ୍ରିଟେନ୍
ନୂଆଦିଲ୍ଲୀ : ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ବିନାଶକାରୀ ଯୁଦ୍ଧ ତୃତୀୟ ସପ୍ତାହରେ ପହଁଞ୍ଚିଲାଣି ।ଋଷ ଘନ ଘନ ମିସାଇଲ ମାଡ଼ କରି ୟୁକ୍ରେନକୁ ପୁରା ଛାରଖାର କରିଦେଇଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଅନ୍ୟପଟେ ବାରମ୍ବାର ଫେଲ ମାରୁଛି ଶାନ୍ତି ଆଲୋଚନା ଋଷ ଏବେ ୟୁକ୍ରେନ୍ ଉପରେ ଭ୍ୟାକୁମ୍ ବୋମା ଦ୍ୱାରା ଆକ୍ରମଣ କରିବା ଆରମ୍ଭ କରିଛି । ଏହାକୁ ନେଇ ୟୁକ୍ରେନ୍ ପୂର୍ବରୁ ଦାବି କରି ଆସୁଥିଲା ଯେ କଟକଣା ସତ୍ୱେ ଋଷ ଭ୍ୟାକୁମ୍ ବୋମାର ବ୍ୟବହାର କରୁଛି କିନ୍ତୁ ଋଷ ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଥିଲା । ଏହି ପ୍ରସଙ୍ଗରେ ଆଜି ବିଟ୍ରେନ୍ ମଧ୍ୟ ଋଷ ଭ୍ୟାକ୍ୟୁମ୍ ବୋମା ବ୍ୟବହାର କରୁଥିବା ଅଭିଯୋଗ କରିଛି । ଆଜି ବିଟ୍ରେନ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଋଷ ଯୁଦ୍ଧ ସମୟରେ ଟିଓଏସ୍-ୱାନ୍ଏ ନାମକ ଅସ୍ତ୍ର ବ୍ୟବହାର କରୁଥିବା ବ୍ରିଟେନ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଭ୍ୟାକ୍ୟୁମ ବୋମା ଉପରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ଏହାର ବ୍ୟବହାର ମଣିଷ ସମାଜ ଏତେ କ୍ଷତିକାରକ ଯେ ଏହାକୁ ତିଆରି କରିବା ଉପରେ ମଧ୍ୟ କଟକଣା ରହିଛି । ଭ୍ୟାକ୍ୟୁମ୍ ବୋମା କୁ ଥର୍ମୋବାରିକ୍ ଅସ୍ତ୍ର ମଧ୍ୟ କୁହାଯାଏ । ଏହା ବିସ୍ଫୋରଣ ଘଟିବା ପରେ ହଠାତ୍ ବାୟୁମଣ୍ଡଳ ଶୁଷ୍କ ହେବା ସହିତ ତାପମାତ୍ରା ବୃଦ୍ଧି ପାଇଥାଏ । ଅନ୍ୟପଟେ ଋଷ ମଧ୍ୟ ଦାବି କରିଛି ଯେ ଏହା ୟୁକ୍ରେନ ଏପରି ଜୈବିକ ଅସ୍ତ୍ର ଆବିଷ୍କାର କରିଛି ଯାହା ଆମେରିକାର ସୁରକ୍ଷା ଅଧୀନରେ ରଖାଯାଇଛି। ରୁଷ କହିଛି ଯେ ଏହି ଜୈବିକ ଅସ୍ତ୍ରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସାମରିକ ବ୍ୟବହାର । ଜେନ ପାସାକି କହିଛନ୍ତି ଯେ ରାସାୟନିକ ଅସ୍ତ୍ର ସମ୍ମିଳନୀ ଏବଂ ଜୈବିକ ଅସ୍ତ୍ର ସମ୍ମିଳନୀ ନିୟମକୁ ଆମେରିକା ସମ୍ପୂର୍ଣ୍ଣ ରୂପେ ପାଳନ କରୁଛି। ଏପରି ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରେ ନାହିଁ କିମ୍ବା ରଖେ ନାହିଁ ।