ୟୁକ୍ରେନ୍ର ୫ଟି ସହରରେ ଯୁଦ୍ଧବିରତି ଘୋଷଣା କଲା ଋଷ
ନୂଆଦିଲ୍ଲୀ : ଚାଲିଛି ଋଷ ୟୁକ୍ରେନ ମଧ୍ୟ ଘମାଘୋଟ ଲଢେଇ । ଯୁଦ୍ଧ ଥମିବାର ନା ନେଉନି । ଆକ୍ରୋଷର ନିଆଁରେ ଜଳୁଛି ୟୁକ୍ରେନ । ୧୩ ଦିନରେ ପହଞ୍ଚିଛି ରଣଯୁଦ୍ଧ । ଯୁଦ୍ଧ ଘମାଘୋଟ ଭିତରେ ଫସି ରହିଛନ୍ତି ଦେଶବିଦେଶର ଅନେକ ଲୋକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶର ଚାପ ରୁଷ ଓ ୟୁକ୍ରେନ୍ ଉପରେ ପଡିବାରେ ଲାଗିଛି ।
ଏନେଇ ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁମିରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ତେଣୁ ମାନବିକତା ଦୃଷ୍ଟି କୋଣରୁ ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଦେଶକୁ ପଠାଇବା ପାଇଁ ରୁଷ ବିଭିନ୍ନ ସହରରେ ଯୁଦ୍ଧବିରତି ଘୋଷଣା କରିଛି। ଆଜି ରୁଷ ୟୁକ୍ରେନ୍ର ୫ଟି ସହରରେ ଯୁଦ୍ଧବିରତି ଘୋଷଣା କରିଛି। କିଭ୍, ଖାରକିଭ୍, ମାରିୟିପୋଲ, ସୁମି ଓ ଚେର୍ନିହିଭ୍ ସହର ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଛି। ଭାରତୀୟ ସମୟ ୧୨ଟା ୩୦ରୁ ଏହି ଅସ୍ତ୍ରବିରତି ଲାଗୁ ହେବ। ଅସ୍ତ୍ରବିରତି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଛି।