ଭାରତକୁ ଏସ୍-୪୦୦ ଡିଫେନ୍ସ ମିସାଇଲ ସିଷ୍ଟମ ଯୋଗାଣ ଜାରି ରଖିବା ଋଷ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ତିକ୍ତତା ମଧ୍ୟରେ ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶ ରୁଷ ଉପରେ କଠୋର ପ୍ରତିବନ୍ଧକ ଲଗାଇଛନ୍ତି। ଭାରତ ଅକ୍ଟୋବର ୨୦୧୮ ରେ,ଋଷ ସହିତ ଏସ୍-୪୦୦ କ୍ଷେପଣାସ୍ତ୍ରର ପାଞ୍ଚଟି ୟୁନିଟ୍ କିଣିବା ପାଇଁ ୫ ବିଲିୟନ ଡ଼ଲାରର ଚୁକ୍ତି ସ୍ୱାକ୍ଷର କରିଥିଲା , ତତ୍କାଳୀନ ଟ୍ରମ୍ପ ପ୍ରଶାସନର ଚେତାବନୀ ସତ୍ତ୍ୱେ ଏହି ଚୁକ୍ତିନାମା ଆଗକୁ ବଢିଥିଲା ।
କିନ୍ତୁ ଏଭଳି ସ୍ଥିତିରେ ଯୁଦ୍ଧ ଏବଂ ଋଷ ଉପରେ ଆନ୍ତର୍ଜାତୀୟ ପ୍ରତିବନ୍ଧକ ଲାଗୁ ହେବା ପରେ ଏହି ଚୁକ୍ତି ପ୍ରଭାବିତ ହେବାର ସବୁଠାରୁ ବଡ଼ ସମ୍ଭାବନା ସୃଷ୍ଟି ହୋଇଥିଲା । ଋଷ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଆମେରିକା ଏହି ଚୁକ୍ତି ଉପରେ ସନ୍ଦେହ କରୁଥିଲା। ବାସ୍ତବରେ, ଋଷର ଅସ୍ତ୍ରଶସ୍ତ୍ର ପାଇଁ ନୂଆ ଆମଦାନୀ ,ରପ୍ତାନୀଠୁ ଦୂରେଇ ରହିବାକୁ ଆମେରିକା ସମସ୍ତ ଦେଶକୁ ଅନୁରୋଧ କରିଥିଲା। ଋଷ ସହିତ ଭାରତର ଏସ୍ -୪୦୦ ଚୁକ୍ତି ଅନୂଯାୟୀ ଋଷ ଭାରତକୁ ଏସ୍-୪୦୦ ଡିଫେନ୍ସ ମିସାଇଲ ସିଷ୍ଟମ ଯୋଗାଇ ଆସୁଛି । ପୂର୍ବରୁ ଗୋଟିଏ ବ୍ୟାଚ୍ ଭାରତ ଆସି ସାରିଥିବା ବେଳେ ଆହୁରି ପର୍ଯ୍ୟାୟ କ୍ରମେ ଏସ୍-୪୦୦ ଆସିବାକୁ ବାକି ରହିଛି । ତେବେ ପାଶ୍ଚାତ୍ୟ ଦେଶଗୁଡିକର ଋଷ ଉପରେ ପ୍ରତିବନ୍ଧକ ଯୋଗୁଁ ଏସ୍ -୪୦୦ ଯୋଗାଣ ଚୁକ୍ତିକୁ ପ୍ରଭାବିତ କରିପାରିବ ନାହିଁ ବୋଲି ରୁଷର ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ କହିଛନ୍ତି ।