ଜଳେଶ୍ୱରରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଅଟକ
ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନ୍ସୁଗାର ଜବତ ହେଉଛି । ଗତ କିଛିଦିନ ତଳେ ଜଳେଶ୍ୱର ଅଞ୍ଚଳର ୨ ଯୁବକଙ୍କ ଠାରୁ ପଶ୍ଚିମବଙ୍ଗ ପୋଲିସ୍ ୬୫ କୋଟି ଟଙ୍କାର ବ୍ରାଉନ୍ସୁଗର ଧରିଥିବା ବେଳେ ମାତ୍ର ୧ ସପ୍ତାହ ପରେ ଆଜି ଜଳେଶ୍ୱର ପୋଲିସ୍ ୩ଜଣ ଯୁବକଙ୍କୁ ଅଟକ ରଖିବା ସହିତ ସେମାନଙ୍କ ଠାରୁ ପ୍ରାୟ ମୋବାଇଲ୍ ଓ ୨୦୦ ଗ୍ରାମର ବ୍ରାଉନ୍ ସୁଗର ଜବତ୍ କରିଛି ।
ସୂଚନା ଯେ, ବଜାରଶୋଳ ଅଞ୍ଚଳର ରାଜେଶ ବିଶ୍ୱାଳ (୩୦) କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକମାନଙ୍କ ସହିତ ମିଶି ବିଭିନ୍ନ ସ୍ଥାନରେ ଛେଳି ଓ ମୋଟର ସାଇକେଲ ଚୋରି କରିବା ଇତ୍ୟାଦି କାର୍ଯ୍ୟ କରି ଆସୁଥିଲା । ତେବେ ବୁଧବାର ଜଳେଶ୍ୱର ପୋଲିସ୍ ତା ନିକଟରୁ ବ୍ରାଉନ୍ସୁଗର ସହିତ ୫ଟି ମୋବାଇଲ୍ ଓ କିଛି ଟଙ୍କା ମଧ୍ୟ ଜବତ କରିଛି । ସେହି ଆଧାରରେ ଜଳେଶ୍ୱର ଝାଡ଼େଶ୍ୱରପୁର ଅଞ୍ଚଳର ରାମଜାନୀ (୨୫) ଓ ରିଜୁଆନ(୨୨)କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି । ସେମାନଙ୍କ ନିକଟରୁ ମିଳିଥିବା ବ୍ରାଉନ୍ସୁଗରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ତେବେ ବାରମ୍ବାର ଜଳେଶ୍ୱର ଅଞ୍ଚଳରୁ ବ୍ରାଉନ୍ସୁଗର ଧରାପଡୁଥିଲେ ମଧ୍ୟ ଏହାର ମୂଳପୋଛ କାହିଁକି ହେଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅବକାରୀ, ଏସ୍ଟିଏଫ କିମ୍ବା ପୋଲିସ୍ ଏହାର ମାଷ୍ଟାର ମାଇଣ୍ଡକୁ ଧରିବାରେ ସଫଳ ହେଉନାହିଁ ବୋଲି ଆଲୋଚନା ହେଉଛି ।