୩୬ ବର୍ଷରେ ପାଦ ଦେଲେ ରୋହିତ ଶର୍ମା, ଜାଣନ୍ତୁ କେମିତି ମିଳିଲା ହିଟମ୍ୟାନ୍ ଆଖ୍ୟା
ମୁମ୍ବାଇ : ୩୬ ବର୍ଷରେ ପାଦ ଦେଲେ ଟିମ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ତଥା ହିଟ୍ ମ୍ୟାନ୍ । ଆନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୭ ହଜାରରୁ ଅଧିକ ରନ କରିଥିବା ହିଟମ୍ୟାନ୍ ତାଙ୍କର ଇଣ୍ଟରନ୍ୟାସନାଲ୍ ଡେବ୍ୟୁ ୨୩ ଜୁନ୍ ୨୦୦୭ରେ ଆୟରଲ୍ୟାଣ୍ଡ ବିପକ୍ଷରେ ଓ୍ବାନ୍ ଡେ ମ୍ୟାଚରେ କରିଥିଲେ । ରୋହିତ ୧୯ ସେପ୍ଟେମ୍ବର ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଟି-୨୦ ମ୍ୟାଚ୍ ଏବଂ ୬ ନଭେମ୍ବର ୨୦୧୩ରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।
ଜାଣନ୍ତି କି ରୋହିତଙ୍କୁ କେମିତି ମିଳିଲା ହିଟମ୍ୟାନ୍ ଆଖ୍ୟା । ରୋହିତଙ୍କ ଏପରି କିଛି ରେକର୍ଡ ରହିଛି, ଯେଉଁ କାରଣରୁ ସେ ହିଟମ୍ୟାନ୍ ଭାବେ ପରିଚିତ । ୨୦୧୪ରେ ରୋହିତ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନର ପାଳି ଖେଳି ଓ୍ବାନଡେ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଥିଲେ । ରୋହିତ ୨୬୪ରନର ଶାନଦାର ପାଳି ଖେଳି ୩୩ ଚୌକା, ୯ ଛକ୍କା ସହ ମୋଟ ୪୨ ବାଉଣ୍ଡ୍ରି ଲଗାଇଥିଲେ । ଆଉ ଏଥିରେ ହାସଲ କରିଥିଲେ ସେ ୧୮୬ ରନ । ଗୋଟିଏ ପାଳିରେ ୬ ସେକେଣ୍ଡ ଏବଂ ୪ ସେକଣ୍ଡର ରନ ସହ ସର୍ବାଧିକ ରନ କରିବାରେ ନିଜ ନାଁ ରେ କରିଥିଲେ ରେକର୍ଡ ।
ରୋହିତ ୨୦୧୩ରେ ଅଷ୍ଟ୍ରେଲିଆ, ୨୦୧୪ ଏବଂ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୩ଶତକ ମିଳିଥିଲା । ଯାହାପରେ ଓ୍ବାନଡେରେ ୩ଶତକ କରିବାରେ ଦୁନିଆର ଏକମାତ୍ର ଖେଳାଳି ହୋଇଯାଇଥିଲେ ରୋହିତ । ICC ଓ୍ବାର୍ଲକପ ୨୦୧୯ରେ ୫ଶତକ ଲଗାଇ ହିଟମ୍ୟାନ୍ ବିଶ୍ବକପରେ ସବୁଠାରୁ ଅଧିକ ଶତକ ଲଗାଇଥିବା ହୋଇଯାଇ ଥିଲେ ଖେଳାଳି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତ ୧୨୨, ପାକିସ୍ତାନ ବିପକ୍ଷରେ ୧୪୦, ଇଂଲଣ୍ଡ ବିପକ୍ଷରେ ୧୦୨, ବାଂଲାଦେଶ ବିପକ୍ଷରେ ୧୦୪ ଏବଂ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନର ସ୍କୋର କରିଥିଲେ । ଏହି ସମୟରେ ରୋହିତ ୯ ମ୍ୟାଚ ଖେଳି ୬୪୮ ରନ କରିଥିଲେ । ଯାହା ପରେ ରୋହିତଙ୍କୁ ମିଳିଥିଲା ହିଟମ୍ୟାନର ଆଖ୍ୟା ।
ରୋହିତ ସର୍ବାଧିକ ଆଇପିଏଲ୍ ମ୍ୟାଚ୍ ଜିତିବାରେ ଅଧିନାୟକ ଅଟନ୍ତି । ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଚାମ୍ପିୟନ ହୋଇଛି। ରୋହିତ ତାଙ୍କ ଅଧିନାୟକତ୍ୱରେ ୨୦୧୩, ୨୦୧୫,୨୦୧୭,୨୦୧୯ ଏବଂ ୨୦୨୦ରେ ଚାମ୍ପିୟନ ହୋଇଥିଲା ମୁମ୍ବାଇ ।