ବାଲେଶ୍ୱର ଜିଲା ଛାତ୍ର କଂଗ୍ରେସ ତରଫରୁ ରାସ୍ତାରୋକ
ବାଲେଶ୍ୱର : ବାଲେଶ୍ୱର ଜିଲା ଛାତ୍ର କଂଗ୍ରେସ ତରଫରୁ ସୋମବାର ଜାତୀୟ ରାଜପଥ ନଂ.୧୬ ଅବରୋଧ କରାଯାଇଥିଲା l ସୋର ବିଜେଡ଼ି ବିଧାୟକ ପୂର୍ବତନ କଂଗ୍ରେସ ବିଧାୟକଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବା ପ୍ରତିବାଦରେ ଛାତ୍ର କଂଗ୍ରେସ ବିଧାୟକଙ୍କୁ ସର୍ବସମ୍ମୁଖରେ କ୍ଷମାପ୍ରାର୍ଥନା ପାଇଁ ୪୮ ଘଣ୍ଟା ସମୟ ଦିଆଯାଇଥିଲା l କିନ୍ତୁ ସମୟ ମଧ୍ୟରେ ବିଧାୟକ କ୍ଷମା ମାଗି ନଥିବାରୁ ଓ ପୋଲିସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଆଜି ବାଲେଶ୍ୱର ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁଙ୍କ ନେତୃତ୍ୱରେ ରାଜରାସ୍ତା ଅବରୋଧ କରାଯାଇଥିଲା l
ଆଗାମୀ ଦିନରେ ଦରକାର ପଡିଲେ ବିଧାୟକଙ୍କୁ ଆଣ୍ଡାମାଡ଼ ଓ ଏସପି ଅଫିସ ଘେରାଉ କରିବ ବୋଲି ଚେତାବନୀ ଦେଇଥିଲା l ରାସ୍ତା ଅବରୋଧ ଫଳରେ ଦୀର୍ଘ ସମୟ ଧରି ଉଭୟପାର୍ଶ୍ଵରେ ଶହଶହ ଟ୍ରକ, ବସ ଅଟକି ରହିଥିଲା l ଏହି ରାସ୍ତା ଅବରୋଧରେ ଅନ୍ୟ ମାନଙ୍କ ମଧ୍ୟରେ ଜୀବନ ମହାପାତ୍ର, ରଞ୍ଜନ ଦାସ, ନବପ୍ରସାଦ ଭୂୟାଁ, ସୌରଭ ବେହେରା, ଅଂକୁର ମହାଳିକ, ସ୍ମାରକ ଦାଶ, ତରୁଣ ଦାଶ, ରାଧାକାନ୍ତ ସାହୁ, ଅଭିଷେକ ଜେନା, ଚନ୍ଦନ ମହାଳିକ, ଅଶ୍ୱିନୀ ପାତ୍ର, ସୁଦ୍ଧାରଞ୍ଜନ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ l