ପନ୍ତଙ୍କୁ କରାଯିବନି ଏୟାରଲିଫ୍ଟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତ ଗତକାଲି ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ ସର୍ଜରୀ ପାଇଁ ପନ୍ତଙ୍କୁ ଦିଲ୍ଲୀ ନେବାର ଆବଶ୍ୟକତା ରହିଛି ବୋଲି ସୂଚନା ମିଳିଥିଲା । କିନ୍ତୁ ଏବେ ଏହାକୁ ନେଇ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ(ଡିଡିସିଏ)ର ନିର୍ଦ୍ଦେଶକ ଶ୍ୟାମ ଶର୍ମା ବଡ଼ ସୂଚନା ଦେଇଛନ୍ତି ।
ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ ଶ୍ୟାମ ଶର୍ମା ଆଜି ଦ୍ୱିପ୍ରହରରେ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲ ପହଞ୍ଚିଥିଲେ । ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ବନ୍ଧରେ ବୁଝିବା ପରେ ଏୟାରଲିଫ୍ଟର ଆବଶ୍ୟକତା ନାହିଁ ବୋଲି ଶ୍ରୀ ଶର୍ମା କହିଛନ୍ତି ।