ଗୋପନୀୟତାର ଅଧିକାର ବ୍ୟକ୍ତିଙ୍କ ମୃତ୍ୟୁ ସହ ଶେଷ ହୁଏ ନାହିଁ : କଲକତା ହାଇକୋର୍ଟ
ନୂଆଦିଲ୍ଲୀ : କଲକତା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ରାଇଟ ଟୁ ପ୍ରାଇଭେସି ଅର୍ଥାତ୍ ଗୋପନୀୟତାର ଅଧିକାରୀକୁ ନେଇ ବଡ଼ ନିଷ୍ପତ୍ତି ଦେଇଛନ୍ତି । ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ଗୋପନୀୟତାର ଅଧିକାର ବ୍ୟକ୍ତଙ୍କ ମୃତ୍ୟୁ ପରେ ବି ଶେଷ ହୋଇ ନଥାଏ । ଆରଟିଆଇ ଅଧିନରେ ଜଣେ ମୃତ ବକ୍ତିଙ୍କ କୌଣସି ବ୍ୟକ୍ତିଗତ କଥାବାର୍ତ୍ତା କିମ୍ୱା ଗୋପନୀୟ ଫଟୋ ସାର୍ବଜନୀନ କରାଯାଇ ପାରିବ ନାହିଁ ।
ହାଇକୋର୍ଟ କୋଲକାତା ପୋଲିସକୁ ନିର୍ଦ୍ଦେଶ ଦେଇ ରଶିକା ଜୈନଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ବନ୍ଧୁଙ୍କୁ ସେୟାର କରିଥିବା ତାଙ୍କ ହ୍ୱାର୍ଟଅପ ମେସେଜ ଏବଂ ଚାଟ୍ ଗୁଡିକୁ ଆରଟିଆଇ ଅଧିନରେ ବ୍ୟକ୍ତିଗତ ସୂଚନା ରୂପେ ଗ୍ରହଣ କରିବେ । ୨୦୨୦ ମସିହାରେ ରାଶିକା ଜୈନଙ୍କ ବିବାହ କୁଶ ଅଗ୍ରୱାଲଙ୍କ ସହ ହୋଇଥିଲା । କିନ୍ତୁ ଗୋଟିଏ ବର୍ଷ ପରେ ରହସ୍ୟମୟ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ବାପା-ମାଆ ଏବଂ ଶାଶୁ ଘର ଲୋକେ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ, ପୋଲିସ ମଧ୍ୟ ମାମଲା ରୁଜୁ କରିଥିଲା । ରଶିକାଙ୍କ ସ୍ୱାମୀ କୁଶଳଙ୍କୁ ଗତ ଜୁଲାଇ ମାମସରେ ଏସଆଇଟି ଗିରଫ କରିଥିଲା ।
ତଦନ୍ତ ରିପୋର୍ଟରେ ପୋଲିସ ବିବାହ ପୂର୍ବରୁ ରାଶିକା ଏବଂ ତାଙ୍କ ବନ୍ଧୁଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଆପ ଚାଟ୍ କଥା ଉଲ୍ଲେଖ କରିଥିଲା। ତାଙ୍କର ଶାଶୁ ଘର ଲୋକେ କଥାବାର୍ତ୍ତା ବିବରଣୀ ପାଇଁ ଆରଟିଆଇ ଆବେଦନ କରିଥିଲେ । ଆରଟିଆଇ ଅଧିନିୟମରେ ପୋଲିସ ୨୦୨୨ରେ ଏହି ସୂଚନା ସାର୍ବଜନୀନ କରିଥିଲା । ଏହାପରେ ରାଶିକାଙ୍କ ବାପା-ମାଆ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।