ଟି-୨୦ ବିଶ୍ୱକପକୁ ନେଇ ରିକି ପଣ୍ଟିଂଙ୍କ ଭବିଷ୍ୟବାଣୀ ! ଫାଇନାଲ୍ ଖେଳିବେ ଏହି ଦୁଇ ଦଳ
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟ ଆଡକୁ ଗତି କରୁଛି । କିଛି ଦଳ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରୁ ପ୍ରାୟ ବାଦ ପଡିଥିବାବେଳେ, ଅନେକ ଦଳ ଯୋଗ୍ୟତା ଅର୍ଜନ କରିବାକୁ ନିଜର ଲଢ଼େଇ ଜାରି ରଖିଛନ୍ତି । କିନ୍ତୁ ବର୍ତ୍ତମାନ କେଉଁ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ ସେନେଇ କୌଣସି ନିଶ୍ଚିତତା ନାହିଁ । କିନ୍ତୁ ଅଷ୍ଟ୍ରେଲିଆର (Australia) ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ବର୍ତ୍ତମାନ ଭବିଷ୍ୟବାଣୀ କରିଛନ୍ତି ଯେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ।
ପଣ୍ଟିଂ ଆଇସିସି ସମ୍ପାଦକୀୟରେ ଲେଖିଛନ୍ତି, ‘ସତ କହିବାକୁ ଗଲେ ମେଲବର୍ଣ୍ଣରେ କେଉଁ ଦଳ ଫାଇନାଲ ଖେଳିବ ତାହା କେହି ଜାଣନ୍ତି ନାହିଁ । କିନ୍ତୁ ମୁଁ ଭାବୁଛି ଅଷ୍ଟ୍ରେଲିଆ ଯୋଗ୍ୟତା ପାଇବା ପାଇଁ ଏକ ଉପାୟ ଖୋଜିବ । ଏହି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ମଧ୍ୟ ବିପଜ୍ଜନକ ଦେଖାଯାଉଛି । କିନ୍ତୁ ମୁଁ କହିବି ଯେ ଟୁର୍ଣ୍ଣାମେଣ୍ଟର ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇପାରେ ।’
ଟି-୨୦ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୪ ଟି ମ୍ୟାଚ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି । ପାକିସ୍ତାନ, ନେଦରଲ୍ୟାଣ୍ଡ ଓ ବାଂଲାଦେଶକୁ ପରାସ୍ତ କରି ଗ୍ରୁପ୍ ବି’ର ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଛି । ଏଥି ସହିତ ଅଷ୍ଟ୍ରେଲିଆ ଦଳ ମଧ୍ୟଭାଗରେ ରହିଛି । ସେମାନଙ୍କର ନଜର ଅନ୍ୟ ଦଳ ଉପରେ ମଧ୍ୟ ରହିଛି ଓ ସେମାନଙ୍କୁ ଆଫଗାନିସ୍ତାନ ବିପକ୍ଷ ଶୁକ୍ରବାରର ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ କାରଣ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଦଳ ତୁଳନାରେ ଅଷ୍ଟ୍ରେଲିଆର ରନ୍ ରେଟ ବହୁତ କମ୍ ଅଟେ ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ ହୋଇଛି । ଏଥି ସହିତ ବର୍ଷା ଯୋଗୁଁ ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ବାତିଲ କରିବାକୁ ପଡିଥିଲା ଓ ଉଭୟ ଦଳକୁ ୧-୧ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ଅଷ୍ଟ୍ରେଲିଆ ଆୟର୍ଲାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦଳ ଶୁକ୍ରବାର ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଅଧିନାୟକ ଆରୋନ ଫିଞ୍ଚ ଓ ଟିମ୍ ଡେଭିଡ ପ୍ଲେଇଂ ଇଲେଭେନେରେ ସାମିଲ ହେଉଛନ୍ତି କି ନାହିଁ ତାହା ଦେଖିବା ମଜାଦାର ହେବ । ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳିବା ସମୟରେ ଏହି ଦୁଇ ଖେଳାଳି ଆହତ ହୋଇଥିଲେ ।