ଆଜି ୧୧ଟାରେ ପ୍ରକାଶ ପାଇବ ଯୁକ୍ତ୨ ଅଫଲାଇନ ପରୀକ୍ଷା ଫଳ

ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ। ନିବାର ସକାଳ ୧୧ଟାରେ ୱେବସାଇଟ www.orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।
ଅକ୍ଟୋବର ୧ରୁ ୧୧ ତାରିଖ ଯାଏ ଅଫ ଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବିକଳ୍ପ ମୁଲ୍ୟାୟନରେ ଅସନ୍ତୁଷ୍ଟ ରାଜ୍ୟର ୧୩ହଜାର ୪୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ସୂଚନା ଯେ, ଚଳିତ ବର୍ଷ କଳାରେ ପାସ୍ ହାର ୮୯.୪୯ % ରହିଥିଲା। କଳାରେ ୧ ଲକ୍ଷ ୯୮ ୩୬୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ଯୁକ୍ତଦୁଇ କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପିଲା ପାସ୍ କରିଛନ୍ତି। ସେହିପରି ଏକ୍ସରେଗୁଲାରରେ ପାସ୍ ହାର ୨୬ % ରହିଛି। ଧନ୍ଦାମୂଳକରେ ପାସ୍ ହାର ୮୨.୦୨ ପ୍ରତିଶତ ରହିଛି। ଯୁକ୍ତ ୨ର ୩ ଲକ୍ଷ ୪୫ ହଜାର ୬୭୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନ ଓ ବାଣିଜ୍ୟର ୧ଲକ୍ଷ ୨୩ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇ ସାରିଛି । ଏହା ପୂର୍ବରୁ ଜୁଲାଇ ୩୧ ତାରିଖରେ ଯୁକ୍ତ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିଥିଲା ।