ମଶାଣି ନାହିଁ, ତ ଭୋଟ ନାହିଁ ! ପୌର ନିର୍ବାଚନ ବର୍ଜନ ଚେତାବନୀ ଦେଲେ ବାଲିଗୁଡା ଏନଏସିର ୩ ୱାର୍ଡ଼ବାସୀ

ବାଲିଗୁଡା : ରାଜନେତା ଓ ପ୍ରଶାସନଙ୍କ ପ୍ରତିଶୃତି ପାଣିର ଗାର। ଫଳରେ ମଶାଣି ନାହିଁ, ତ ଭୋଟ ନାହିଁ । ଏହି ନାରା ଦେଇଛନ୍ତି ବାଲିଗୁଡା ଏନଏସିର ତିନି ୱାର୍ଡ଼ବାସୀ।
ବାଲିଗୁଡା ଏନଏସିର ସର୍ବ ବୃହତ୍ତମ ସାହି ରୂପେ ପରିଚିତ ନୂଆସାହି । ଏନଏସି ର ୫, ୬, ୭ ନମ୍ବର ଏହି ତିନି ୱାର୍ଡ ବାସୀଙ୍କ ପାଇଁ ସ୍ଥାୟୀ ମଶାଣି ଆଜି ପର୍ଯ୍ୟନ୍ତ ନାହିଁ । ଦୀର୍ଘ ଶହେବର୍ଷରୁ ଉର୍ଦ୍ଧ ହେବ ସାହିବାସିନ୍ଦା ଶବଦାହ କରୁଥିବା ମଶାଣି ଚି଼ହ୍ନଟ ହୋଇନଥିବାରୁ ଲୋକେ ମଶାଣି ରେ ଘର କରିରହିଲେଣି ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଜମି ମାଫିଆ ଙ୍କ କବଳରେ ମଶାଣି, ଧୀରେ ଧୀରେ ମଶାଣି ଜମି ସଂକୁଚିତ ହେଲାଣି । ମଶାଣି ରେ ଶବଗୃହ ଆଲୋକ ପାଣି ବ୍ୟବସ୍ଥା ଆଦୌନାହିଁ । ତିନି ୱାର୍ଡ଼ରେ ବସବାସ କରୁଥିବା ୬ ହଜାର ରୁ ଉର୍ଦ୍ଧ ଲୋକେ ଖରା ବର୍ଷା ଶୀତ ରେ ୱାର୍ଡବାସୀ ଶବଦାହ କରିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ବର୍ଷତଳେ ବି ଏସ ଏଫ ଯବାନ ଶହୀଦ ଦିନେଶ ପାତ୍ର ଙ୍କ ଶେଷକୃତ୍ୟ ସମୟରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଏବଂ ତତ୍କାଳୀନ ଉପଜିଲାପାଳ ଉପସ୍ଥିତ ଥିଲେ । ୱାର୍ଡ଼ବାସୀଙ୍କ ଅଭିଯୋଗ କ୍ରମେ ଖୁବ ଶୀଘ୍ର ମଶାଣିର ଜମି ଚି଼ହ୍ନଟ ଶବ ଗୃହ ପାଚେରୀ ଆଲୋକ ଏବଂ ପାଣି ବ୍ୟବସ୍ଥା କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ କିନ୍ତୁ ସବୁ ପ୍ରତିଶୃତି ପାଣିର ଗାର ବୋଲି କହିଛନ୍ତି ୱାର୍ଡ ବାସୀ । ତୁରନ୍ତ ମଶାଣି ରେ କାମ ନହେଲେ ଆଗାମୀ ପୌର ନିର୍ବାଚନ କୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଏହି ତିନି ୱାର୍ଡବାସୀ ।