ନୀଳଗିରିରୁ ୧୨ ଫୁଟିଆ ଅଜଗର ଉଦ୍ଧାର
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ଗରଡ଼ିହି ପଞ୍ଚାୟତ ଅଧୀନ କୁଲଡ଼ିହା ଅଭୟାରଣ୍ୟ ପାଦଦେଶରେ ଥିବା ଶିଆଡ଼ିମାଳ ଗାଁରୁ ଏକ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସି ଉକ୍ତ ଗ୍ରାମର ଚନ୍ଦ୍ରମୋହନ ସିଂଙ୍କ ବାଡ଼ିରେ ଥିବା ବେଳେ ଆମ୍ବ ଗୋଟାଇବାକୁ ଯାଇଥିବା ଅବସ୍ଥାରେ ସାପକୁ ଦେଖି ଭୟଭୀତ ହୋଇ ଡାକ ପକାଇଥିଲେ । ସଂଗେସଂଗେ ଗ୍ରାମବାସୀଙ୍କ ସହିତ ସାହସୀ ଯୁବକ ତଥା ଶିକ୍ଷକ ସୁନୀଲ ସିଂ ସାପକୁ ଧରି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚି ସାପକୁ ଉଦ୍ଧାର କରି ନିକଟସ୍ଥ କୁଲଡ଼ିହା ଅଭୟାରଣ୍ୟରେ ସୁରକ୍ଷିତ ଛାଡ଼ିଥିବା ସୂଚନା ମିଳିଛି ।