ରେଭେନ୍ସା ବିଶ୍ୱ ମହାକାଶ ସପ୍ତାହ ଉଦ୍ଯାପିତ
କଟକ : ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପକ୍ଷରୁ ଶ୍ରୀହରିକୋଟାର ସତିଶ ଧୱନ ମହାକାଶ କେନ୍ଦ୍ର ଏସଏଚଏଆର ଦ୍ୱାରା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ତିନି ବ୍ୟାପି ବିଶ୍ୱ ମହାକାଶ ସପ୍ତାହ ପାଳନ ଆଜି ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇସ୍ରୋର ବୈଜ୍ଞାନିକ ଆର ସେନ୍ଥିଲ କୁମାର ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କୁ ମହାକାଶ ଗବେଷଣା ଉପରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀହରିକୋଟାର ନିର୍ଦ୍ଦେଶକ ଏ. ରାଜାରାଜନ ମହାକାଶ ଗବେଷଣା ଉପରେ ବିସ୍ତୃତ ଭାବରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ରେଭେନ୍ସା କୁଳପତି ସଂଜୟ କୁମାର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅର୍ଥନୀତି ପ୍ରଫେସର ଧର୍ମପଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ ।