ସମୀର ୱାଙ୍ଖଡେଙ୍କୁ ଆଶ୍ବସ୍ତି
ମୁମ୍ବାଇ : ଅଭିନେତା ଶାହରୁଖ ଖାଁଙ୍କ ପୁଅ ଡ୍ରଗ କେଶରେ ଗିରଫ ହେବା ପରେ ଆଇଆରଏସ ଅଫିସର ସମୀର ୱାଙ୍ଖଡେ ଖୁବ ଚର୍ଚ୍ଚାକୁ ଆସିଥିଲେ। ପରେ ପରେ ତାଙ୍କ ବିରୁଦ୍ଧରେ କହିବାକୁ ଲାଗିଲେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ। ସେ ବହୁ ପ୍ରମାଣପତ୍ର ସହ ମିଡ଼ିଆ ଆଗରେ କହିଲେ ଯେ’ ମିଛ ଜାତିଗତ ପ୍ରମାଣ ଦେଇ ସମୀର ୱାଙ୍ଖଡେ ଚାକିରୀ ପାଇଛନ୍ତି। ତାଙ୍କ ଭାଷାରେ, ସେ ମୁସଲିମ ସମ୍ପ୍ରଦାୟର, କିନ୍ତୁ ଅନୁସୂଚିତ ଜାତି ର ବୋଲି ମିଛ ପ୍ରମାଣ ପତ୍ର ଦେଇ ଚାକିରୀ ପାଇଛନ୍ତି । ତେଣୁ ତାଙ୍କୁ ଶୀଘ୍ର ବହିଷ୍କାର କରାଯାଉ।
ଏହା ପରେ ଆଇଆରଏସ ଅଫିସର ସମୀର ୱାଙ୍ଖଡେ କୋର୍ଟ କେଶ ଠାରୁ ଆରମ୍ଭ କରି ବହୁ ଜଟିଳ ସମସ୍ୟା ଦେଇ ଗତିକଲେ। ଏବେ National Commission For Scheduled Caste ଏ ନେଇ ସ୍ପଷ୍ଟ କରି କହିଛି ଯେ, ସେ ମୁସଲିମ ନୁହନ୍ତି
ଅନୁସୂଚିତ ଜାତିର ଅଟନ୍ତି । ଏହା ସେ (ୱାଙ୍ଖଡେ) ଆୟୋଗଙ୍କ ନିକଟରେ ପ୍ରମାଣ କରିଛନ୍ତି। ଅନ୍ୟପକ୍ଷରେ, ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଦାବି କରିଛନ୍ତି ଯେ ୱାଙ୍ଖଡେ ଜଣେ ମୁସଲମାନ ଏବଂ ଅନୁସୂଚିତ ଜାତି ର ସଦସ୍ୟ ନୁହଁନ୍ତି ।
ୱାଙ୍ଖଡେ ପାଇଁ ଏହା ଏକ ବଡ ଆଶ୍ବସ୍ତିର ଖବର । କାରଣ National Commission For Scheduled caste ର ରାୟ ତାଙ୍କ ସପକ୍ଷରେ ଆସିଛି । ୱାଙ୍ଖଡେ କମିଶନଙ୍କୁ କହିଥିଲେ ଯେ ସେ ମହର ଜାତିର ଅଟନ୍ତି ଏବଂ ତାଙ୍କ ଜାତି ଅନୁସୂଚିତ ଜାତି ସମ୍ପ୍ରଦାୟର ଅଟେ । ସେ ଏସସି ସମ୍ପ୍ରଦାୟର ବୋଲି ପ୍ରମାଣ କରିବାକୁ ସେ ଏକ ଦଲିଲର ଏକ ତାଲିକା ଦାଖଲ କରିଥିଲେ । ତା ସହ ବିଭିନ୍ନ ଡକ୍ୟୁମେଣ୍ଟ ଥିବା ଏକ ପେନ୍ ଡ୍ରାଇଭ୍ ସହିତ ମଧ୍ୟ କମିଶନ କୁ ଦେଇଥିଲେ । ଏହି ଡକୁମେଣ୍ଟ ଗୁଡିକ ଭିତରେ ସେ ତାଙ୍କ ର ସ୍କୁଲ ଲିଭିଂ ସାର୍ଟିଫିକେଟ, ତାଙ୍କ ପରିବାରର ସଦସ୍ୟଙ୍କ ଜାତି ପ୍ରମାଣପତ୍ର, ବିବାହ ପ୍ରମାଣପତ୍ର, ଚାକିରୀ ସମୟ ର କାଗଜ ପତ୍ର, ପାସପୋର୍ଟ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଦଲିଲ ଥିଲା ବୋଲି ଏକ ବିଶେଷ ସୂତ୍ରରୁ ଜଣାଯାଇଛି । ଏହି ସବୁ ଡକୁମେଣ୍ଟ ସେ ଅନୁସୂଚିତ ଜାତି ସମ୍ପ୍ରଦାୟର ସଦସ୍ୟ ବୋଲି ଏହା ପ୍ରମାଣିତ କରିଛି ।