ଦେଶରେ ପ୍ରଥମ : ଆଜି ମୁମ୍ବାଇରେ ଜିଓ ଡ୍ରାଇଭ-ଇନ ଥିଏଟର ଖୋଲିବ ରିଲାଏନ୍ସ, ଖୋଲା ଆକାଶ ତଳେ କାରରେ ବସି ଫିଲ୍ମର ମଜା ନେଇପାରିବେ ଲୋକେ
ମୁମ୍ବାଇ : ଆଜି ମୁମ୍ବାଇରେ ଦେଶର ପ୍ରଥମ ଜିଓ ଡ୍ରାଇଭ-ଇନ ଥିଏଟର ଖୋଲିବ ରିଲାଏନ୍ସ । ଏହାକୁ ଜିଓ ୱାର୍ଲଡ ଡ୍ରାଇଭ (ଜେଡବ୍ଲୁଡ଼ି)ରେ ଖୋଲାଯିବ। ଏହା ଦୁନିଆର ପ୍ରଥମ ଋଫଟପ, ଓପନ ଏୟାର ଡ୍ରାଇଭ-ଇନ ଥିଏଟର ହେବ। ଏହି ଥିଏଟର ଛାତ ଉପରେ ହେବ। ଏହି ଓପନ ଏୟାର ଥିଏଟରରେ ଲୋକେ ଖୋଲା ଆକାଶ ତଳେ ନିଜ କାରରେ ବସି ଫିଲ୍ମର ମଜା ନେଇପାରିବେ। ଏହି ଥିଏଟରରେ ମୁମ୍ବାଇର ସବୁଠାରୁ ବଡ ସିଲଭର ସ୍କ୍ରିନ ହେବ। ଏହି ଡ୍ରାଇଭ-ଇନ ଥିଏଟରକୁ ପିଭିଆର ଦ୍ୱାରା ଅପରେଟ କରାଯିବ। ଜିଓ ଡ୍ରାଇଭ-ଇନରେ ୨୯୦ କାର କ୍ଷମତା ରହିଛି ଯାହା ମୁମ୍ବାଇରେ ସବୁଠାରୁ ବଡ ସିନେମା ସ୍କ୍ରିନ। ଜିଓ ୱାର୍ଲଡ ଡ୍ରାଇଭ ୧୭.୫ ଏକର ଜମିରେ ରହିଛି। ଏହା ସହରର ସବୁଠାରୁ ପ୍ରିମିୟମ ଲୋକେସନ ବାନ୍ଦ୍ରା କୁର୍ଲାରେ ରହିଛି। ତେବେ ଏହି ଡ୍ରାଇଭ-ଇନ ଥିଏଟରର ଫଟୋ ଏବେ ଯାଏଁ ସାମ୍ନାକୁ ଆସିନି। ଡ୍ରାଇଭ-ଇନ ସିନେମା ଅର୍ଥାତ ଆପଣ ନିଜ କାରରେ ବସି ଫିଲ୍ମର ମଜା ନେବେ। ଏହିଭଳି ଓପନ ଥିଏଟର ବଡ ମଇଦାନରେ ରହିଥାଏ। ଏଠାରେ ବି ଫିଲ୍ମ ଶୋ’ର ଟାଇମିଙ୍ଗ ଥାଏ ଏବଂ କାରମାନଙ୍କୁ ଏକ ଲାଇନରେ ପାର୍କିଙ୍ଗ କରାଯାଇଥାଏ ଯେପରି ଫିଲ୍ମ ଆରମ୍ଭ ହେଲେ କାର ଆରାମରେ ଆସିପାରିବ ଓ ସରିବା ପରେ ଆରାମରେ ବାହାରି ହେବ।
ଏହିଭଳି ଥିଏଟରରେ ଏକ ବଡ ଆଉଟଡୋର ସ୍କ୍ରିନ ଥାଏ। ସାଉଣ୍ଡ ପାଇଁ ରେଡ଼ିଓ ଫ୍ରିକ୍ୱେନ୍ସି କିମ୍ବା ଏକ୍ସଟର୍ନାଲ ସ୍ପିକର ବ୍ୟବହାର କରାଯାଏ। କାରଗୁଡିକ ୬ ଫୁଟ ଦୂରତାରେ ପାର୍କିଙ୍ଗ କରାଯାଏ। ଖାଦ୍ୟପେୟ ଜିନିଷ ଆପଣ ନିଜେ ନେଇକି ଯାଇପାରିବେ। ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ଶ୍ରୀନଗରର ପ୍ରସିଦ୍ଧ ଡଲ ହ୍ରଦରେ ପ୍ରଥମଥର ପାଇଁ ଓପନ ଏୟାର ଫ୍ଲୋଟିଙ୍ଗ ଥିଏଟର ଆରମ୍ଭ କରିଛି। ଲୋକେ ସେଠାରେ ଡଙ୍ଗାରେ ବସି ଫିଲ୍ମର ମଜା ନେଇପାରିବେ। ଏହାଦ୍ୱାରା କାଶ୍ମୀରରେ ପୁଣିଥରେ ସିନେମା ଆରମ୍ଭ ହୋଇଛି। କାରଣ ଜାମ୍ମୁ କାଶ୍ମୀରରେ ବହୁ ଦିନରୁ ଥିଏଟର ବନ୍ଦ ଥିଲା। ସୂଚନା ଯେ, ଦେଶରେ ଡ୍ରାଇଭ-ଇନ ଥିଏଟରର କନସେପ୍ଟ ବଢ଼ିବାରେ ଲାଗିଛି। କୋଭିଡ ମହାମାରୀ ପରେ ବାହାରେ ଫିଲ୍ମ ଦେଖିବାକୁ ଏହା ଉତ୍ତମ ବିକଳ୍ପ। ଲୋକେ ନିଜ ଗାଡିରେ ସୁରକ୍ଷିତ ଭାବେ ବସି ଫିଲ୍ମ ଦେଖିପାରିବେ। ବର୍ତମାନ ଦେଶରେ ୬ଟି ଡ୍ରାଇଭ-ଇନ ସିନେମା ଅଛି। ଦୁଇଟି ଗୁଡଗାଓଁରେ, ଅହମଦାବାଦ, ଚେନ୍ନାଇ, ବିଶାଖାପଟନମ ଓ ବେଙ୍ଗାଲୁରୁରେ ଗୋଟିଏ ଲେଖାଏଁ ଅଛି।