ଫ୍ୟୁଚର ଗ୍ରୁପ ସହ ୨୪,୭୧୩ କୋଟିର ଚୁକ୍ତି ରଦ୍ଦ କଲା ରିଲାଏନ୍ସ
ନୂଆଦିଲ୍ଲୀ: ଫ୍ୟୁଚର ଗ୍ରୁପ୍ ସହ ଚୁକ୍ତି ରବ୍ଦ କଲା ରିଲାଏନ୍ସ ଗ୍ରୁପ୍ । ୨୪, ୭୧୩ କୋଟିର ଚୁକ୍ତି ରବ୍ଦ ନେଇ ଶନିବାର ଘୋଷଣା କରିଛି ରିଲାଏନ୍ସ ଗ୍ରୁପ୍ । ଏହାଉପରେ ରିଲାଏନ୍ସ ଗ୍ରୁପ୍ କହିଛିଯେ, ଏହାର ୨୪,୭୧୩ କୋଟି ଟଙ୍କାର ଚୁକ୍ତି ରବ୍ଦ କରିଛି । କାରଣ ଫ୍ୟୁଚର ଗ୍ରୁପ୍ ର ସୁରକ୍ଷିତ ଋଣଦାତା ଏହି ଡିଲ୍ ବିରୋଧରେ ଭୋଟ୍ ଦେଇଛନ୍ତି । ଋଣଦାତାଙ୍କ ଅନୁମୋଦନ ନ ପାଇବା କାରଣରୁ ଏହି ଡିଲ୍ ବର୍ତ୍ତମାନ ରବ୍ଦ କରିଦିଆଯାଇଛି । ଏହି ପରିପ୍ରେକ୍ଷୀରେ, ଏହି ସୂଚନା ରିଲାଏନ୍ସ ଦ୍ୱାରା ଏକ ନିୟାମକପତ୍ର ଦାଖଲ କରାଯାଇଛି ।
ସୂଚନାଯୋଗ୍ୟଯେ, ଶୁକ୍ରବାର ଦିନ ଫ୍ୟୁଚର ରିଟେଲ ଲିମିଟେଡର ସୁରକ୍ଷିତ ଋଣଦାତା ଏହି ଡିଲ ବିରୋଧରେ ଭୋଟ୍ ଦେଇଛନ୍ତି, ଯାହା ପରେ ଶନିବାର ରିଲାଏନ୍ସ ଏହି ଡିଲରୁ ଓହରି ଯାଇଛି । ଫ୍ୟୁଚର ଗ୍ରୁପକୁ ଋଣ ଦେଇଥିବା ୠଣଦାତାମାନେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଫ୍ୟୁଚର ରିଟେଲ ଆସେଟ ମଧ୍ୟରେ ୨୪,୭୩୦ କୋଟି ଟଙ୍କାର ଚୁକ୍ତି ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ବୈଠକରେ ଏକ ପବ୍ଲିକ ସେକ୍ଟର ବ୍ୟାଙ୍କ ଅଧିକାରୀ କହିଛନ୍ତିଯେ, ରିଲାଏନ୍ସ ଦ୍ୱାରା ପ୍ରସ୍ତୁତ ବ୍ୟବସ୍ଥା ଯୋଜନା ବିରୋଧରେ ସମସ୍ତ ଋଣଦାତା ମତ ଦେଇଛନ୍ତି । ଫ୍ୟୁଚର ଗୋଷ୍ଠୀର ସମ୍ପୃକ୍ତ କମ୍ପାନୀଗୁଡିକ ରିଲାଏନ୍ସ ଏବଂ ଫ୍ୟୁଚର ମଧ୍ୟରେ ହୋଇଥିବା ଚୁକ୍ତିରେ ଅଂଶୀଦାର ଏବଂୠଣଦାତାଙ୍କ ଅନୁମୋଦନ ପାଇବାକୁ ଏହି ସପ୍ତାହରେ ଦୁଇଟି ପୃଥକ ବୈଠକ କରିଥିଲେ । ଶୁକ୍ରବାର ବୈଠକ ପରେ ଫ୍ୟୁଚର ଗ୍ରୁପ୍ ସୂଚନା ଦେଇଛିଯେ ଅଂଶୀଦାର ଏବଂ ଅସୁରକ୍ଷିତ ଋଣଦାତା ଏହି ଡିଲକୁ ଅନୁମୋଦନ କରିଛନ୍ତି, କିନ୍ତୁ ସୁରକ୍ଷିତ ୠଣଦାତା ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ଡିଲକୁ ବାତିଲ କରି କହିଛି ଯେ ବର୍ତ୍ତମାନ ଏହି ଡିଲ୍ କାର୍ଯ୍ୟକାରୀ ହୋଇପାରିବ ନାହିଁ ।