ବ୍ୟାଙ୍କ ଅଫ୍ ବରୋଦାରେ ବିଭିନ୍ନ ମ୍ୟାନେଜର ଏବଂ ଅଫିସର ପଦବୀ ପାଇଁ ନିଯୁକ୍ତି ? ଜାଣନ୍ତୁ କଣ ରହିଛି ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା
ନୂଆଦିଲ୍ଲୀ : ବ୍ୟାଙ୍କ ଅଫ୍ ବରୋଦା ବିଭିନ୍ନ ମ୍ୟାନେଜର ଏବଂ ଅଫିସର ପଦବୀରେ ନିଯୁକ୍ତି ଦେଉଛି । ଯେଉଁଥି ପାଇଁ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍, bankofbaroda.in ଭିଜିଟ୍ କରି ଆବେଦନ କରାଯାଇପାରିବ । ଆବେଦନ ପାଇଁ ଶେଷ ତାରିଖ ୨୪ ମାର୍ଚ୍ଚ ୨୦୨୨ ରହିଛି ।
ସମୁଦାୟ ୧୦୫ ଟି ପଦବୀରେ ନିଯୁକ୍ତି ଦେବା ପାଇଁ ବ୍ୟାଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ମ୍ୟାନେଜର୍ (ଡିଜିଟାଲ୍ ଫ୍ରଡ଼) ର ୧୫ ଟି ପୋଷ୍ଟ, କ୍ରେଡିଟ୍ ଅଫିସର (ଏମଏସଏମଇ ଡିପାର୍ଟମେଣ୍ଟ) ପାଇଁ ୪୦ ଟି ପୋଷ୍ଟ, କ୍ରେଡିଟ୍ ଏକ୍ସପୋର୍ଟ / ଇମ୍ପୋର୍ଟ ବିଜନେସ ପାଇଁ ୨୦ ଟି ପୋଷ୍ଟ ଏବଂ ଫୋରକ୍ସ ଆକ୍ୟୁଏସନ ରିଲେସନସିପ ମେନେଜର ପାଇଁ ୩୦ ଟି ପୋଷ୍ଟ ରହିଛି ।
ଶିକ୍ଷାଗତ ଯୋଗ୍ୟତା :
ଉପରୋକ୍ତ ପଦବୀ ପାଇଁ ବିଭିନ୍ନ ଷ୍ଟ୍ରିମରେ ଗ୍ରାଜୁଏସନ ଏବଂ ପୋଷ୍ଟ ଗ୍ରାଜୁଏସନର ଶିକ୍ଷାଗତ ଯୋଗ୍ୟତା ମଗା ଯାଇଛି । ଯାହାର ସମସ୍ତ ସୂଚନା ଆପଣ ବିଜ୍ଞପ୍ତିରେ ଦେଖିପାରିବେ ।
ବୟସ ସୀମା :
ପୋଷ୍ଟଗୁଡିକ ପାଇଁ ବୟସ ସୀମା ବିଷୟରେ କହିବାକୁ ଗଲେ, ମ୍ୟାନେଜର୍ ପୋଷ୍ଟଗୁଡିକ ପାଇଁ ୨୪ ରୁ ୩୪ ବର୍ଷ, କ୍ରେଡିଟ୍ ଅଫିସର୍ ପୋଷ୍ଟଗୁଡିକ ପାଇଁ ୨୮ ରୁ ୪୦ ବର୍ଷ, ଏକ୍ସପୋର୍ଟ / ଇମ୍ପୋର୍ଟ ବିଜନେସ ପାଇଁ ୨୮ ରୁ ୪୦ ବର୍ଷ ଏବଂ ଫୋରକ୍ସ ଆକ୍ୟୁଏସନ ରିଲେସନସିପ ମ୍ୟାନେଜର୍ ପୋଷ୍ଟଗୁଡିକ ପାଇଁ ୨୬ ରୁ ୪୦ ବର୍ଷ ମଧ୍ୟରେ ପ୍ରାର୍ଥୀଙ୍କ ବୟସ ରହିବା ଆବଶ୍ୟକ ।