ଆମ ରୋଷେଇ- “ଜୁଆଣି ମେଥି ପୁରି”
ସାମଗ୍ରୀ :
ଅଟା-୨ କପ୍
ସୁଜି—୧/୨ କପ୍
ଲୁଣ- ସ୍ଵାଦଅନୁସାରେ
ରିଫାଇନ ତେଲ -୫ ଚାମଚ
ଉଷୁମ ପାଣି (ଦଳିବା ପାଇଁ)
ଯୁଆଣି- ୧ ଚାମଚ
କସ୍ତୁରୀ ମେଥି-୩ ଚାମଚ
ତେଲ-ଛାଣିବା ପାଇଁ (ସୂର୍ଯ୍ୟମୁଖି ତେଲ )
ପ୍ରଣାଳୀ : –
ତେଲ ଛାଡ଼ି ବାକି ସବୁ ଜିନିଷ ମିଶାଇ ଦଳନ୍ତୁ । ଓଦା ସଫା କନାରେ ୧ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ । ତେଲ ଗରମ କରି ପୁରି ପକାଇ ଛାଣନ୍ତୁ । ହାଲକା ଚଟୁ ମାରି ପୁରିକୁ ଫୁଲାନ୍ତୁ ଓ ସୁନେଲି ରଙ୍ଗ ହେବାଯାଏଁ ଛାଣି ଗରମାଗରମ ଚଟଣି, ମିଠା ଦହି ବା ଛୋଲେ ସହ ପରଶନ୍ତୁ ।
“ଜୁଆଣି ମେଥି ପୁରି” କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ