ଆମ ରୋଷେଇ- ”ଡାଲ୍ ମଖାନି”
ସାମଗ୍ରୀ :
ଗୋଟାମୁଗ ଡାଲି (ଚୋପା ସହ) – ୧୦୦ ଗ୍ରାମ୍
ମଖାନା (ପଦ୍ମ କଢ଼) – ୧ କପ୍
ଲୁଣ – ସ୍ୱାଦ ଅନୁସାରେ
ବଟର – ୨ ଚାମଚ
ଅଦା-ରସୁଣ ବଟା – ୧ ଚାମଚ
ତେଜପତ୍ର – ୨ଟି
ଲଙ୍କାଗୁଣ୍ଡ – ୧ ଚାମଚ
ହଳଦି ଗୁଣ୍ଡ – ୧/୨ ଚାମଚ
ଛୋଟକଟା ପିଆଜ – ୨ ଟେବୁଲ୍-ଚାମଚ
କଟା ଲଙ୍କା – ୨ ଟି (ମଝିରୁ ଚିରା)
କଟା ଧନିଆ ପତ୍ର
ଗରମ ମସଲା ଗୁଣ୍ଡ – ୧/୨ ଚାମଚ
ଟମାଟୋ ପ୍ୟୁରୀ – ୧ ଟେବୁଲ୍-ଚାମଚ
କାଜୁ – ୭-୮ଟି
କିସମିସ୍ – ୧୦ଟି
ପ୍ରଣାଳୀ-
ଗୋଟା ମୁଗକୁ ୪-୫ ଘଣ୍ଟା ବତୁରାଇ ଦିଅନ୍ତୁ । କୁକର୍ ରେ ଏହି ମୁଗ, ପାଣି ୨ କପ, ତେଜପତ୍ର, ଲୁଣ, ହଳଦି, ଲଙ୍କାଗୁଣ୍ଡ ଓ ମଖାନା ପକାଇ ୨ଟି ହ୍ୱିସିଲ୍ (କମ୍ ଆଞ୍ଚରେ) ଦେଇ ସିଝାନ୍ତୁ । ପ୍ୟାନରେ ୧ ଚାମଚ ବଟର ପକାଇ ପିଆଜ ପକାଇ ଭାଜନ୍ତୁ । ଅଳ୍ପ ନରମ ହୋଇଗଲେ ଅଦା-ରସୁଣ ବଟା ପକାଇ ଆଉ ୩-୪ ମିନିଟ ଭାଜନ୍ତୁ । ଏଥର ଡାଲିକୁ ପକାନ୍ତୁ ଓ ଟମାଟୋ ପ୍ୟୁରୀ, ଗରମ ମସଲା ଦିଅନ୍ତୁ । ଭଲକରି ଗୋଳାଇ ଫୁଟିବାକୁ ଛାଡ଼ନ୍ତୁ । ଦରକାର ହେଲେ ଅଳ୍ପ ପାଣି ଦିଅନ୍ତୁ । ୫ ମିନିଟ୍ ପରେ ଭଜା କାଜୁ, କିସମିସ୍ ପକାଇ ଗୋଳାଇ ସର୍ଭିଙ୍ଗ ବାଉଲକୁ କାଢ଼ନ୍ତୁ । ଉପରୁ ବଟର ଓ ଧଣିଆପତ୍ରରେ ସଜାନ୍ତୁ ।