ଆମ ରୋଷେଇ- “ଚିକେନ୍ ମଲାଇ”
ସାମଗ୍ରୀ :
ଚିକେନ୍ – ୧ କିଲୋ
ଭିନେଗାର – ୩୦ ମିଲି
ଅଦା-ରସୁଣ ବଟା – ୫୦ ଗ୍ରାମ୍
ଚିଜ୍ – ୩୦୦ ଗ୍ରାମ୍ (ଅମୁଲ୍ଲ କୋ.)
କର୍ଣ୍ଣଫ୍ଲୋର – ୧୫ ଗ୍ରାମ୍
ଅଣ୍ଡା – ୧ଟି
କ୍ରିମ୍ – ୩୦୦ ମି.ଲି
କଞ୍ଚାଲଙ୍କା – ୫୦ ଗ୍ରାମ୍
ଧଣିଆ ପତ୍ର – ଅଳ୍ପ
ଲୁଣ – ସ୍ବାଦାନୁସାରେ
ବଟର – ଲଗାଇବା ପାଇଁ
ପ୍ରଣାଳୀ :-
ଗୋଟିଏ ପାତ୍ରରେ ଭିନେଗାର, ଅଦା-ରସୁଣ ବଟା, ଲୁଣ ଓ ମଟନ୍ ପକାଇ ମିଶାଇ ଫ୍ରିଜରେ ୧-୨ ଘଣ୍ଟା ରଖନ୍ତୁ । କ୍ରୀମ, କୋରା ଚିଜ୍, ଅଣ୍ଡା ଓ କର୍ଣ୍ଣଫ୍ଲୋରକୁ ଭଲଭାବେ ଫେଣ୍ଟି ରଖନ୍ତୁ । ସେଥିରେ କଞ୍ଚାଲଙ୍କା କଟା, ଧଣିଆପତ୍ର କଟା ପକାନ୍ତୁ । ଚିକେନ୍ କାଢ଼ି ଚିପୁଡ଼ି ଏହି ମିଶ୍ରଣରେ ପକାନ୍ତୁ । ଓଭାନ୍ କଣ୍ଟାରେ ଗୁନ୍ତି ପ୍ରି- ହିଟେଡ ଓଭାନରେ ୨୨୦ ଡିଗ୍ରୀ ସେଣ୍ଟିଗ୍ରେଡରେ ୩୦ ମିନିଟ୍ ପର୍ଯ୍ୟନ୍ତ ଗ୍ରୀଲ କରନ୍ତୁ । ମଝିରେ ମଝିରେ ଚିକେନ୍ ଉପରେ ବଟର ଲଗାଉଥିବେ । ହୋଇଗଲେ ଏହା ଉପରେ ଲେମ୍ବୁ ରସ ପକାଇ ସାଲାଡରେ ସଜାଇ ପରସନ୍ତୁ ।
ଆମ ରୋଷେଇ- “ଚିକେନ୍ ମଲାଇ” କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ