ଆମ ରୋଷେଇ- “ବିସ୍କୁଟ୍”
ସାମଗ୍ରୀ:-
୧୨୫ ଗ୍ରାମ ବଟର କିମ୍ବା ଘିଅ, ୧୫୦ଗ୍ରାମ ଗୁଣ୍ଡ ଚିନି, ୨ଟି ଅଣ୍ଡା, ୨୫୦ଗ୍ରାମ ମଇଦା, ୫୦ଗ୍ରାମ ଚକୋଲେଟ୍ ପାଉଡର, ଏକ ଚାମଚ ଭାନିଲା ଏସେନ୍ସ ।
ପ୍ରସ୍ତୁତି:-
ବଟର ବା ଘିଅକୁ ଚିନିରେ ଭଲଭାବେ ଫେଣ୍ଟିବେ ଯେମିତି ନରମ ହୋଇଯିବ । ଅଣ୍ଡାଗୁଡ଼ିକୁ ଫଟାଇ ଏଥିରେ ମିଶାଇବେ ଏବଂ ଫେଣ୍ଟିବେ । ନରମ ହେଲାପରେ ଭାନିଲା ଏସେନ୍ସ ମିଶାଇବେ । ଚକୋଲେଟ୍ ପାଉଡର ଓ ମଇଦାକୁ ମିଶାଇ ଏହି ମିଶ୍ରଣରେ ପକାଇ ପୁଣି ଫେଣ୍ଟିବେ । ଏକ ବିସ୍କୁଟ୍ ଟ୍ରେରେ ଘିଅ ବୋଳିବେ ଏବଂ ଚାମଚେ ଲେଖାଏଁ ମିଶ୍ରଣ ପ୍ରତି ଖୋପରେ ଢାଳିବେ । ଆଗରୁ ଗରମ ହୋଇ ରହିଥିବା ଓଭନ୍ରେ ୧୮୦ ଡିଗ୍ରୀ ଉତ୍ତାପରେ ବସାଇ ବେକ୍ କରିବେ । ଥଣ୍ଡା କରି ଖାଇବାକୁ ଦେବେ ।