ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଅସଲି ସ୍ତ୍ରୀ ଗିରଫ
ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଅସଲି ସ୍ତ୍ରୀ ଗିରଫ । ରମେଶଙ୍କ ଦ୍ବିତୀୟ ସ୍ତ୍ରୀ କମଳା ତିର୍କୀକୁ ଝାଡଖଣ୍ଡରୁ ଗିରଫ କଲା କମିଶନରେଟ ପୋଲିସ । ଠକେଇ ମାମଲାର ମାଷ୍ଟରମାଇଣ୍ଡ ଥିଲେ କମଳା ତିର୍କୀ । ଜଗତସିଂହପୁର ଜିଲା ପାରାଦୀପରେ ଡାକ୍ତରାଣୀ ଥିଲେ କମଳା । ପୁଣି ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ । ୫ମ ଥର ରମେଶଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ କମଳା ବିରୋଧରେ ମିଳିଥିଲା ପ୍ରମାଣ।
ସେହିପରି ଶାଦି ଡଟ କମ୍କୁ ଚିଠି ଲେଖିଥିଲା କମିଶନରେଟ୍ ପୋଲିସ । ଶାଦି ଡଟ୍ କମ୍ରୁ ଠକ ରମେଶଙ୍କର ଆକାଉଣ୍ଟ ଡିଲିଟ୍ କରିବାକୁ ଚିଠିରେ ଉଲ୍ଲେଖ କରିଛି ପୋଲିସ । ସେହିପରି ଶାଦି ଡଟ୍ କମ୍ରେ ରମେଶ କେତୋଟି ଆକାଉଣ୍ଟ ଖୋଲିଛନ୍ତି । ସେନେଇ ତଥ୍ୟ ମଧ୍ୟ ମାଗିଛି ପୋଲିସ । ସୂଚନା ଯେ, ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଗିରଫ ପୂର୍ବରୁ ମିଛ କହି ୧୮ରୁ ଅଧିକ ମହିଳାଙ୍କୁ ବିବାହ କରିଥିଲା । ରମେଶ ବିଭିନ୍ନ ରାଜ୍ୟରେ ମହିଳା, ଡାକ୍ତର, ଓ ଶିକ୍ଷତ ଛାତ୍ରଛାତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କାର ଠକେଇ କରିଛନ୍ତି । ୧୮ ଜଣ ମହିଳାଙ୍କୁ ବିବାହ କରିବା ସହ ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ଧୋକା ଦେଇଛନ୍ତି । ୭ ନମ୍ବର ପତ୍ନୀଙ୍କ ଅଭିଯୋଗ ପରେ ମହିଳା ଥାନା ପୁଲିସ୍ ରମେଶଙ୍କୁ ଗିରଫ କରିଥିଲା । ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ହେବା ପରେ ପୋଲିସ ଲଗାତର ଭାବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛି । ଏହି କେଳେଙ୍କାରୀରେ ରମେଶଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ରମେଶଙ୍କ ପ୍ରଥମ ପତ୍ନୀଙ୍କୁ ଜେରା କରିଥିଲା । ପରେ ରମେଶଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ୬ ଘଣ୍ଟାର ପଲିଗ୍ରାଫ୍ ଟେଷ୍ଟରେ ରମେଶଙ୍କୁ ୭୦ ପ୍ରଶ୍ନ ପଚାରିଥିଲା ପୋଲିସ । ତେବେ ଏଥିରେ ସେ କେତେ ସତ କହିଛି , ତାହା ଆଗାମୀ ଦିନରେ ଜଣାପଡିବ ।