ଆଇପିଏଲ୍ ପୂର୍ବରୁ ପଦ ଛାଡ଼ିଲେ ଆରସିବି ମୁଖ୍ୟ କୋଚ୍
ବେଙ୍ଗାଲୁରୁ: ସେପ୍େଟମ୍ବର ୧୯ରୁ କରୋନା ପାଇଁ ଅଧାରେ ଅଟକିଥିବା ଆଇପିଏଲର ୧୩ର ବଳକା ମ୍ୟାଚ୍ ଆରମ୍ଭ ହେବ । ଦୁବାଇରେ ଖେଳା ଯିବାକୁ ଥିବା ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କ ଆରସିବିକୁ ଜୋରଦାର ଝଟକା ଲାଗିଛି । ଦଳର ମୁଖ୍ୟକୋଚ୍ ସିମୋନ କାଟିଚି ହଠାତ୍ ନିଜ ପଦରୁ ଓହରି ଯାଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ଆରିସିବି ସହ ଚଳିତ ଆଇପିଏଲ ସଂସ୍କରଣରେ କାମ କରିବେ ନାହିଁ ବୋଲି କହିଛନ୍ତି । ଏ ସମ୍ପର୍କରେ ଆଜି ଆରିସିବି ପକ୍ଷରୁ ଘୋଷଣା କରାଯାଇଛି । କାଟିଚ ପଦ ଛାଡ଼ିଥିବାରୁ ଦଳର କ୍ରିକେଟ ନିର୍ଦ୍ଦେଶକ ମାଇକ ହେନସନ ଆଇପିଏଲ ୨୦୨୧ରେ ଆରସିବିର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବେ । ଶନିବାର କାଟିଚଙ୍କ ୪୫ତମ ଜନ୍ମ ଦିନ ହୋଇଥିବା ବେଳେ ସେ ଆରସିବିର ମୁଖ୍ୟ କୋଚ୍ ପଦ ଛାଡ଼ିଛନ୍ତି ।
ଅଷ୍ଟ୍ରେଲିଆର ପୂର୍ବତନ ଓପନର କାଟିଚି ଆଇପିଏଲର ଦୁଇଟି ସଂସ୍କରଣରେ ଆରସିବିର ମୁଖ୍ୟ କୋଚ୍ ଭୂମିକା ତୁଲାଇଛନ୍ତି । କାଟିଚିଙ୍କ କୋଚିଂ ବଳରେ ଆରସିବି ୨୦୨୦ରେ ପ୍ଲେ-ଅଫକୁ ଯାଇଥିଲା । ୨୦୧୬ ପରେ ଦଳ ପ୍ରଥମଥର ପାଇଁ ପ୍ଲେଅଫ ଖେଳିବାର ଗୌରବ ଅର୍ଜନ କରିଥିଲା । ସୂଚନାଯୋଗ୍ୟ, ଆଇପିଏଲ ୨୦୨୧ ସଂସ୍କରଣ ଅଧାରୁ ବନ୍ଦ ହେବା ବେଳକୁ ଆରସିବି ୧୦ଟି ମ୍ୟାଚ୍ରୁ ୭ଟି ଜିତିଛି । ଦଳ ୩ ନଂ ସ୍ଥାନରେ ରହିଥିଲା । ଏହି ଠାରୁ ହିଁ ଆରସିବି ବାକି ମ୍ୟାଚ୍ ଖେଳିବା ଆରମ୍ଭ କରିବ ।