ଡେବ୍ୟୁ ମ୍ୟାଚରେ ବଡ ଉପଲବ୍ଧି ହାସଲ କଲେ ରବି ବିଶ୍ନୋଇ
ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବୁଧବାର ଖେଳାଯାଇଥିଲା ପ୍ରଥମ ଟି୨୦ ମୁକାବିଲାକୁ ଭାରତ ୬ ଓ୍ୱିକେଟରେ ଜିତି ନେଇଥିଲା । ମ୍ୟାଚରେ ଦଳ ପାଇଁ ପଦାର୍ପଣ କରିଥିଲେ ରବି ବିଶ୍ନୋଇ । ସେ ନିଜ ପ୍ରଥମ ମ୍ୟାଚରେ ହିଁ ବଡ ଉପଲବ୍ଧି ହାସଲ କରି ଡବଲ ଧମାକା କରିଥିଲେ ।
ରବି ବିଶ୍ନୋଇ ନିଜର ଡେବ୍ୟୁ ମ୍ୟାଚରେ ବଡ ଉପଲବ୍ଧି ହାସଲ କରିବା ସହ ପୂର୍ବତନ ବୋଲର ଜାହିର ଖାନ ଓ ଅଜିତ ଅଗରକରଙ୍କ ସହ ସମାନ ହୋଇଛନ୍ତି । ରବି ୪ ଓଭର ବୋଲିଂ କରି ୧୭ ରନ୍ ଦେବା ସହ ୨ ଓ୍ୱିକେଟ୍ ନେଇଥିଲେ । ଏହାସହ ପଦାର୍ପଣ ମୁକାବିଲାରେ ୨ ଓ୍ନିକେଟ୍ ନେଇଥିବା ଷଷ୍ଠ ବୋଲର ସେ ହୋଇ ପାରିଛନ୍ତି । ଜାହିର ଖାନ, ଅଜିତ ଅଗରକର, ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷଲ ପଟେଲ, ବିନୟ କୁମାର ପୂର୍ବରୁ ଏହି ଉପଲବ୍ଧି ହାସଲ କରି ସାରିଛନ୍ତି ।
ଭାରତୀୟ ବୋଲର ପ୍ରଜ୍ଞାନ ଓଝା ଓ ବରିନ୍ଦର ସରନ ପଦାର୍ପଣ ମୁକାବିଲାରେ ୪ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ପ୍ରଜ୍ଞାନ ୨୦୦୯ରେ ୨୧ ରନ୍ ଦେଇ ୪ ଓ୍ୱିକେଟ୍ ନେବା ସହ ବରିନ୍ଦର ୨୦୧୬ରେ ୧୦ ରନ ଦେଇ ୪ ଓ୍ୱିକେଟ୍ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜସପ୍ରିତ ବୁମରାହ, ଭୁବନେଶ୍ୱର କୁମାର, ଟି ନଟରାଜନ, ଅକ୍ଷର ପଟେଲ, ବଦୀପ ସୈନୀ ପଦାର୍ପଣ ମୁକାବିଲାରେ ତିନୋଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।