ବାଲେଶ୍ଵର : ବିରଳ ପ୍ରଜାତିର ସାପ, ଆତଙ୍କିତ ଗ୍ରାମବାସୀ
ବାଲେଶ୍ଵର : ବାଲେଶ୍ଵର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ନୟାବାଲି ଗ୍ରାମରେ ଶନିବାର ଏବଂ ରବିବାର ଦୁଇଦିନ ମଧ୍ୟରେ ୨ଟି ବିରଳ ପ୍ରଜାତିର ନାଲି ସାପକୁ ଗ୍ରାମବାସୀ ମାନେ ଜୀବନରୁ ମାରି ପୋଡ଼ି ଦେଉଛନ୍ତି। ଏହି ସାପକୁ ଦେଖି ଭୟଭୀତ ଅବସ୍ଥାରେ ଲୋକମାନେ ଜୀବନଯାପନ କରୁଛନ୍ତି ।
ସୂଚନା ଯେ. ଶନିବାର ନୟାବାଲି ଗ୍ରାମର କିଛି ଚାଷୀ ହଳ କାମ କରିବାକୁ ବିଲକୁ ଯାଇଥିଲେ। ବିଲରେ ଉକ୍ତ ନାଲି ରଙ୍ଗର ବିଷାକ୍ତ ସାପଟି ଲୋକ ମାନଙ୍କୁ ଦେଖି ଦଂଶନ କରିବାକୁ ଗୋଡ଼ାଇ ଥିଲା। ଏଥିରେ ସମସ୍ତେ ଡରିଯାଇ ଧାଁ ଦୌଡ କରୁଥିଲେ ହେଁ ଜଣେ ସାହସିକତା ସହିତ ସାପଟିକୁ ମାରି ଦେଇଥିଲେ। ସେହିପରି ରବିବାର ଅପରାହ୍ନ ସମୟରେ ଅଶୋକ ଜେନାଙ୍କ ବାଡ଼ିରେ ଥିବା ଗଛରେ ଅନ୍ୟ ଏକ ନାଲି ରଙ୍ଗର ସାପଟି ଗଛକୁ ଚଢ଼ୁଥିବର ଦେଖି କୌଶଳ କ୍ରମେ ଉକ୍ତ ସାପଟିକୁ ଉପସ୍ଥିତ ଲୋକେ ମାରିବାରେ ସମର୍ଥ ହୋଇଥିଲେ। ଦୁଇଦିନରେ ୨ଟି ଏକ ପ୍ରକାରର ବିରଳ ପ୍ରଜାତିର ସାପକୁ ଦେଖି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେରେ ଜୀବନ ବିତାଉଛନ୍ତି ।