‘କଚା ବାଦାମ’ ଗୀତ ଗାଇ ଟ୍ରୋଲ ହେଲେ ରାନୁ ମଣ୍ଡଳ, ୟୁଜର ଲେଖିଲେ କଞ୍ଚା ବଦନାମ୍
ମୁମ୍ବାଇ: ବର୍ତ୍ତମାନ ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ ‘କଚା ବାଦାମ’ର ଟ୍ରେଣ୍ଡ ଚାଲିଛି । ଏହି ଗୀତଟି ବହୁ ଚର୍ଚ୍ଚାରେ ଅଛି । ଏହି ଗୀତରେ ନାଚିବାବେଳେ ଅନେକ କଳାକାର ଏବଂ ସାଧାରଣ ଲୋକ ସେମାନଙ୍କର ଭିଡିଓ ସେୟାର କରିଛନ୍ତି । ‘କଚା ବାଦାମ’ ଗୀତକୁ ପଶ୍ଚିମବଙ୍ଗର ବାଦାମ ବିକୁଥିବା ଜଣେ ବ୍ୟକ୍ତି ଗାଇଛନ୍ତି । ଯାହାକୁ ବହୁତ ପସନ୍ଦ କରାଯାଇଛି । ବର୍ତ୍ତମାନ ଏହି ଗୀତକୁ ରାନୁ ମଣ୍ଡଳ ନିଜ ଶୈଳୀରେ ଗାଇଛନ୍ତି । ଯାହାପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ରାନୁଙ୍କ ଏହି ଭିଡିଓ ମଧ୍ୟ ସୋସିଆଲ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ‘କଚ୍ଚା ବାଦାମ’ ଗୀତ ଗାଉଥିବାର ନଜର ଆସିଛନ୍ତି । ଏବଂ ୟୁଜର ତାଙ୍କୁ ଟ୍ରୋଲ କରୁଛନ୍ତି । ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଲୋକମାନେ ତାଙ୍କୁ ପରିହାସ କରିବାକୁ ଲାଗିଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ଏହା କଚା ବାଦାମ ନୁହେଁ, କଞ୍ଚା ବଦନାମ୍ । ଅନ୍ୟ ଜଣେ ୟୁଜର ଲେଖିଛନ୍ତିଯେ, ହିମେଶ ରେଶମିୟା ଭୁଲ୍ କରିଦେଲେ । କିଛି ଲୋକ କହିଥିଲେ, ବାସ୍, ସେତିକି ଥାଉ, ଆପଣଙ୍କ ଦ୍ୱାରା ହୋଇପାରିବ ନାହିଁ ।
ଏହା ବ୍ୟତୀତ ୟୁଜର ରାନୁ ମଣ୍ଡଳଙ୍କ ଭିଡିଓରେ ହସୁଥିବା ଇମୋଜି ସେୟାର କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୫୬ ହଜାରରୁ ଅଧିକ ଭ୍ୟୁ ପାଇଛି । ଏହାପୂର୍ବରୁ ରାନୁ ମଣ୍ଡଳ ସହଦେବ ଦରନ୍ଦୋଙ୍କ ଗୀତ ‘ବଚପନ୍ ନା ପ୍ୟାର’ ଗାଇଥିଲେ । ସେହି ସମୟରେ ମଧ୍ୟ ତାଙ୍କୁ ଖୁବ୍ ଟ୍ରୋଲ କରାଯାଇଥିଲା ।