ପଂଚଭୂତରେ ଲୀନ ହେଲେ ଓଡ଼ିଆ ଯବାନ ରାଣାପ୍ରତାପ
ତାଳଚେର : ତାମିଲନାଡ଼ୁର କୁନ୍ନୁରଠାରେ ଗତ ୮ ତାରିଖ ଦିନ ହେଲିକପ୍ଟର ଦୁର୍ଘଟଣାର ସିଡିଏସ୍ ବିପିନ୍ ରାୱତଙ୍କ ସହ ସହିଦ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ôଥବ ଶରୀର ପଂଚଭୂତରେ ଲୀନ ହୋଇଛି । ସହିଦ ଯବାନଙ୍କ ପାର୍ôଥବ ଶରୀରକୁ ଜନ୍ମମାଟିରେ ଅନ୍ତିମ ସଂସ୍କାର କରାଯାଇଛି । ଯବାନଙ୍କ ପାର୍ôଥବ ଶରୀରରେ ପୁତୁରା ଆଶିଷ ଦାସ ମୁଖାଗ୍ନି ଦେଇଥିଲେ । କୃଷ୍ଣଚନ୍ଦ୍ରପୁର ଗାଁରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପାର୍ôଥବ ଶରୀର ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକେ ଭିଡ ଲଗାଇଥିଲେ । ବିଭିନ୍ନ ଦଳର ନେତା ସମ୍ମାନ ଜଣାଇଥିଲେ । ତାଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହିତ ଗାର୍ଡ ଅଫ୍ ଅର୍ନର ଦିଆଯାଇଥିଲା । ସଂପର୍କୀୟ, ଶୁଭେଚ୍ଛୁ ଓ ସ୍ଥାନୀୟ ଲୋକ ଶ୍ମଶାନରେ ଅନ୍ତିମ ସମ୍ମାନ ଜଣାଇଥିଲେ । ପ୍ରାୟ ୫ ହଜାରରୁ ଅଧିକ ଲୋକଙ୍କର ଆଖିରୁ ଲୁହ ବାହାରି ପଡୁଥିଲା ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଣା ପ୍ରତାପଙ୍କ ପାର୍ôଥବ ଶରୀର ପହଂଚିବା ପରେ ଶେଷ ଦର୍ଶନ କରିବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ରାଣାଙ୍କ ଶେଷ ଦର୍ଶନ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପହଂଚିଥିଲେ । ମନ୍ତ୍ରୀ ଅଶୋକ ପଣ୍ଡା ବି ବିମାନବନ୍ଦରରେ ପହଂଚିଥିଲେ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବରିଷ୍ଠ ବିଜେପି ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖଙ୍କ ସମେତ କେତେକ ନେତା ମଧ୍ୟ ରାଣା ପ୍ରତାପଙ୍କ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିମାନ ବନ୍ଦରରେ ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ଭୁବନେଶ୍ୱରରୁ ରାଣାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି ତାଳଚେର କଣ୍ଢାଳ ପଂଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯାଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ଅନୁସାରେ ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ଶ୍ରୀବତ୍ସ ଦାସଙ୍କ ପୁଅ ରାଣାପ୍ରତାପ ଦାସ ଗତ ୧୨ ବର୍ଷ ଧରି ଦେଶ ସେବା କରିଆସୁଥିଲେ । ସେ ଜୁନିୟର ୱାରେଂଟ ଅଫିସର ଥିଲେ । ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଗୋଟିଏ ୧ ବର୍ଷର ପୁଅ ଅଛି । ସେ ବିହାରର ଗୟାରେ ବିବାହ କରିଥିଲେ ।