ନେପାଳ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମ ଚନ୍ଦ୍ର ପୌଡେଲ
କାଠମାଣ୍ଡୁ : ନେପାଳର ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମ ଚନ୍ଦ୍ର ପୌଡେଲ। ସୋମବାର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ନବନିର୍ବାଚିତ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ହରି କୃଷ୍ଣ କାର୍କି ତାଙ୍କୁ ଶପଥ ପାଠ କରାଇଛନ୍ତି।
ସୂଚନା ଯେ, ମାର୍ଚ୍ଚ ୯ ତାରିଖରେ ପୌଡେଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ସେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ବାଧୀନ ମେଣ୍ଟ ସମର୍ଥନରେ ନିର୍ବାଚନରେ ଭାଗ ନେଇଥିଲେ। ପୌଡେଲ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ନେତୃତ୍ବାଧୀନ ଆଠ-ଦଳୀୟ ମେଣ୍ଟ ଦ୍ବାରା ସମର୍ଥିତ ଆଶାୟୀ ଥିଲେ। ଯେତେବେଳେକି ସିପିଏନ-ୟୁଏମଏଲ ସହ ଜଡ଼ିତ ଥିଲେ। ପୌଡେଲ ୩୩,୮୦୨ ଭୋଟ୍ ପାଇଥିବା ବେଳେ ତାଙ୍କର ପ୍ରତିନ୍ଦ୍ବନ୍ଦ୍ବି ସୁଭାଷ ଚନ୍ଦ୍ର ନେମ୍ବଓ୍ବାଙ୍ଗ ୧୫,୫୧୮ ଭୋଟ୍ ପାଇଥିଲେ । ପୌଡେଲଙ୍କୁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ସମର୍ଥନ ଦେବାକୁ ନେଇ ଉପୁଜିଥିବା ରାଜନୀତିକ ବିବାଦ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି.ଶର୍ମାଙ୍କ ନେତୃତ୍ବାଧୀନ ସିପିଏନ-ୟୁଏମଏଲ ବର୍ତ୍ତମାନର ସରକାରଙ୍କ ଠାରୁ ଏହାର ସମର୍ଥନ ଫେରାଇଥିଲା। ସିପିଏନ-ୟୁଏମଏଲ ନେପାଳର ଦ୍ବିତୀୟ ସବୁଠୁ ବଡ଼ ପାର୍ଟୀ।