ରାଜସ୍ଥାନ କଂଗ୍ରେସରେ କୌଣସି ଫାଟ ନାହିଁ : ସଚ୍ଚିନ ପାଇଲଟ
ଜୟପୁର : ରାଜସ୍ଥାନରେ ଆମର ପ୍ରଥମ ମୁକାବିଲା ବିଜେପି ସହିତ ରହିଛି । ବିଜେପି ବିରୁଦ୍ଧରେ କଂଗ୍ରେସ ଯେଭଳି ବିରୋଧ ପ୍ରଦର୍ଶନ କଲା, ତାହାର ଫଳସୂରୁପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ । ଆଜି(ରବିବାର) ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏଭଳି କହିଛନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ । ସମ୍ମିଳନୀରେ ସେ ନିଜ ଦଳରେ ଚାଲିଥିବା ଅନ୍ତଃକନ୍ଦଳକୁ ମଧ୍ୟ ଖଣ୍ଡନ କରିଛନ୍ତି ।
ସଚ୍ଚିନ କହିଛନ୍ତି, କଂଗ୍ରେସରେ କୌଣସି ପ୍ରକାର ଫାଟ ନାହିଁ । ଏଆଇସିସି ସମସ୍ତ ନେତାଙ୍କ ମତାମତକୁ ଗ୍ରହଣ କରି ରାଜସ୍ଥାନ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଛି । ସବୁବର୍ଗର ଲୋକଙ୍କୁ ସାଙ୍ଗରେ ନେଇ କଂଗ୍ରେସ କାର୍ଯ୍ୟ କରୁଛି । ମୁଁ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିରୁଦ୍ଧରେ ନୁହେଁ ବରଂ ସର୍ବଦା ସମସ୍ୟା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଆସୁଛି ବୋଲି କହିଛନ୍ତି ପାଇଲଟ । ପାଞ୍ଚ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଆସିବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ପାଇଲଟ କହିଛନ୍ତି ଯେ ଦଳ ଦୃଢ ଭାବେ କାର୍ଯ୍ୟ କରିବ ଏବଂ ୨୦୨୩ରେ ପୁଣି କ୍ଷମତାକୁ ଫେରି ରାଜସ୍ଥାନରେ ସରକାର ଗଠନ କରିବ । ମୁଁ କଂଗ୍ରେସ ଅନ୍ତରୀକ୍ଷ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛି । ଦଳ ମୋତେ ଯାହା ଦାୟିତ୍ବ ଦେଇଛି ସେସବୁ ମୁଁ ସଠିକ୍ ଭାବେ ତୁଲାଇଛି । ଆଗକୁ ଯାହାବି ଦାୟିତ୍ବ ମିଳିବ ସେସବୁ ମଧ୍ୟ ନିଷ୍ଠାର ସହ ତୁଲାଇବି ।