ବଙ୍ଗଳା ନୁହେଁ ବିହାର ଅଂଚଳରୁ ବନ୍ଦେ ଭାରତ ଉପରେ ପଥର ଫିଙ୍ଗାଯାଇଛି ରେଲୱେ ଭିଡ଼ିଓ ଜାରି କରି ଦାବି କଲା
କଲିକତା : ଗତ ସୋମବାର ପୂର୍ବ ଭାରତର ପ୍ରଥମ ବନ୍ଦେ ଭାରତ ଟ୍ରେନରେ ପଥର ଫିଙ୍ଗିବା ଘଟଣାରେ ଏକ ନୂଆମୋଡ଼ ଆସିଛି । ରେଳବାଇ ଦାବି କରିଛି ଯେ,ପଥର ଫିଙ୍ଗିବା ପଶ୍ଚିମବଙ୍ଗରେ ନୁହେଁ ବରଂ ବିହାର ଅଂଚଳରୁ କରାଯାଇଛି । ଗୁରୁବାର ପୂର୍ବାହ୍ନରେ ପୂର୍ବାଂଚଳ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଏକଲବ୍ୟ ଚକ୍ରବର୍ତୀ ସିସିଟିଭି ଫୁଟେଜ ଜାରି କରିଛନ୍ତି । ସେ କହିଛନ୍ତି ଯେ, ବନ୍ଦେ ଭାରତର ରେକରେ ସିସିଟିଭି କ୍ୟାମେରା ଲଗାଇଯାଇଛି ଯେଉଁଥିରେ ଏହି ଫୁଟେଜ କଏଦ ହୋଇଛି । ଦାବି କରାଯାଇଛି ଯେ, ବିହାରରେ ମାଲଦାର କୁମାରଗଂଜ ଷ୍ଟେସନ ପଡ଼ିବା ପରେ ଯେଉଁଠାରେ ପଥର ଫିଙ୍ଗାଯାଇଥିଲା ସେ ଅଂଚଳ ବିହାରରେ । ଫୁଟେଜ ସାହାଯ୍ୟରେ ଚାରି-ପାଂଚ ଜଣଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ କି ହାତରେ ପଥର ଧରି ଠିଆ ହୋଇଥିଲେ ଏବଂ ଟ୍ରେନ ଆସିବା ପରେ ପଥର ଫିଙ୍ଗିଥିବାର ନଜର ଆସିଛନ୍ତି । ଏମାନେ ସମସ୍ତଙ୍କୁ ଖୋଜା ଚାଲିଛି ।