ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦାବୀପୁରଣ ନହେଲେ ୧୧ ଫେବୃଆରୀରୁ ରେଳ ରୋକ
ବାରିପଦା : ଆଦିବାସୀ ସେଙ୍ଗେଲ ଅଭିଯାନର ରାଷ୍ଟ୍ରୀୟ ସଭାପତି ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ନେତୃତ୍ୱରେ ମାରାଂ ବୁରୁକୁ ଆଦିବାସୀମାନଙ୍କୁ ଫେରାଇ ଦିଆଯିବା ଦାବିକୁ ପୁରଣ କରିବା ପାଇଁ ରାଷ୍ଟ୍ରୀୟ ଆଦିବାସୀ ବିଦ୍ରୋହ ଓଡିଶା ସମେତ ଝାରଖଣ୍ଡ, ବିହାର, ବେଙ୍ଗଲ, ଆସାମ ଆଦି ୫ଟି ପ୍ରଦେଶର ୫୦ ଜିଲ୍ଲାରେ ଆନ୍ଦୋଳନ ଜାରି ରହିଛି । ଆଦିବାସୀମାନଙ୍କୁ ତାଙ୍କର ଈଶ୍ୱର ମାରାଂ ବୁରୁକୁ ଜୈନ ମାନଙ୍କର ଜବର ଦଖଲରୁ ମୁକ୍ତ କରିବା ପାଇଁ ଏବଂ ସାର୍ନା ଧର୍ମ କୋଡ ମାନ୍ୟତା ଦେଇ ଜନଗଣନାରେ ସାମିଲ କରାଯିବା ଦାବିକୁ ପୁରଣ ପାଇଁ ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ଏକ ବିରାଟ ମଶାଲ ସଭାଯାତ୍ରା ବାରିପଦା ମଧୁବନ ପଡିଆରୁ ଆରମ୍ଭ ଭଂଜପୁର ଛକରେ ଅବସ୍ଥିତ ସୁନାରାମ ସୋରେନ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା ଦେଇ ଜିଲାପାଳଙ୍କ ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଆଦିବାସୀ ମାନଙ୍କର ଈଶ୍ୱର ଝାଡଖଣ୍ଡ ରାଜ୍ୟରେ ଥିବା ଏକ ପାହାଡ ମାରାଂ ବୁରୁକୁ ଜୈନ ମାନଙ୍କର ଜବର ଦଖଲରୁ ମୁକ୍ତ କରାଯିବା, ଦେଶର ସମସ୍ତ ପାହାଡ ପର୍ବତକୁ ଆଦିବାସୀ ମାନଙ୍କୁ ହସ୍ତାନ୍ତର କରାଯିବା, ସାର୍ନା ଧର୍ମ କୋଡ ଘୋଷଣା କରାଯିବା, ସାନ୍ତାଳୀ ଭାଷାକୁ ଝାରଖଣ୍ଡର ପ୍ରଥମ ରାଜଭାଷା ମାନ୍ୟତା ସହ ଓଡିଶାରେ ଦ୍ୱିତୀୟ ରାଜଭାଷା ମାନ୍ୟତା ଦିଆଯିବା ଏବଂ ଅନ୍ୟ ଆଦିବାସୀ ଭାଷା ଗୁଡିକୁ ସମ୍ବିଧାନିକ ମାନ୍ଯତା ପ୍ରଦାନ କରାଯିବା ଆଦି ବିଭିନ୍ନ ଦାବୀରେ ଏକ ଦାବି ପତ୍ର ପ୍ରଦାନ କରାଯାଇଅଛି । ଯଦି ଫେବୃୟାରୀ୧୦ ତାରିଖ ସୁଦ୍ଧା ସରକାରଙ୍କର ଦ୍ୱାରା କୌଣଷି ଘୋଷଣା କରାନଯାଏ ତେବେ ଆଦିବାସୀ ସେଙ୍ଗେଲ ଅଭିଯାନ ଅନ୍ୟ ଆଦିବାସୀ ସମାଜର ସହଯୋଗରେ ଫେବୃୟାରୀ ୧୧ରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ଯନ୍ତ ରେଳ ରୋକ, ରାସ୍ତା ରୋକ, ଚକାଜାମ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ ପାର୍ଗାନା କାଳୁରାମ ମୁର୍ମୁ, ଓଡିଶା ପ୍ରଦେଶ ସେଙ୍ଗେଲ ମହିଳା ମୋର୍ଚ୍ଚା ସଭାପତି ମାଲହ ମାର୍ଣ୍ଡି, ପାନମଣି ହେମ୍ବ୍ରମ, ବାରିପଦା ଜୋନାଲ ପାର୍ଗାନା ମାଧବ ଚନ୍ଦ୍ର ମୁର୍ମୁ, ବିକାଶ ଚନ୍ଦ୍ର ହେମ୍ବ୍ରମ, ଚନ୍ଦନ କୁମାର ସୋରେନ, ବାହାଦୁର ମୁର୍ମୁ, ପିଥ ମାଝୀ, ବାବୁଲୁ ମୁର୍ମୁ, ଜିତେନ୍ଦ୍ରନାଥ ହେମ୍ବ୍ରମ, ହାମ୍ବ୍ରାୟ ମାର୍ଣ୍ଡି, ଲାଦୁରାମ ସୋରେନ ପ୍ରମୁଖ ସେଙ୍ଗେଲ କାର୍ଯ୍ଯକର୍ତା ମାନେ ଉପସ୍ଥିତ ଥିଲେ ।