୪ ଟ୍ରକ୍ ଉପରେ ଚଢ଼ାଉ, ୬୦ହଜାର ଜରିମାନା
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ତହସିଲଦାର ଭୀମକାନ୍ତ ମାଝୀ ସୋମବାର ୧୬ନଂ. ଜାତୀୟ ରାଜପଥରେ ୪ଟି ଟ୍ରକ ଉପରେ ଚଢ଼ାଉ କରି ୬୦ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ବାଲି ଓ ପଥର ନେଇଯାଉଥିବା (ଓଡ଼ି୦୪ଏଲ-୦୭୮୪, ଓଆର୨୨ଏଫ୍-୮୭୮୬, ଓଡ଼ି୦୧ଜେଡ-୮୮୫୫, ଓଡ଼ି୨୨କେ-୯୯୩୩) ନଂ. ବିଶିଷ୍ଟ ଟ୍ରକ ଗୁଡ଼ିକୁ ଅଟକାଇଥିଲେ । ପରେ ଏହି ଟ୍ରକ ଗୁଡ଼ିକର ପରିବହନ କାଗଜପତ୍ର ଠିକ୍ ନଥିବାର ତହସିଲଦାର କହିଥିଲେ ।
ସୂଚନା ଯେ, ଜାତୀୟ ରାଜପଥରେ ଓଭରଲୋଡ଼୍ ନେଇଯାଉଥିବା ବିଭିନ୍ନ ଗାଡ଼ିଗୁଡ଼ିକର କାଗଜପତ୍ର ଠିକ୍ ନଥିବାର ଜଣାଯାଇଛି । ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଗାଡ଼ିଗୁଡ଼ିକ ଅନାୟଶରେ ରାଜପଥରେ ଯାତାୟତ କରୁଛନ୍ତି ।