ବ୍ୟାନ୍ ହୋଇପାରନ୍ତି ରାହୁଲ, ଆଉ ଥରେ ଭୁଲ ପଡିବ ମହଙ୍ଗା
ନୂଆଦିଲ୍ଲୀ : ଆଇପିଏଲ-୨୦୨୨ରେ ବିଭିନ୍ନ ରେକର୍ଡ କରୁଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଅଧିନାୟକ କେଏଲ ରାହୁଲ। ମାତ୍ର ଅପରପକ୍ଷେ ନିଜର ଭୁଲ ପାଇଁ ତାଙ୍କ ଉପରେ ଫାଇନ୍ ଲାଗିଛି । ସ୍ଲୋ ଓଭର ବୋଲିଂ ପାଇଁ ତାଙ୍କ ଉପରେ ଫାଇନ ପଡିଛି । ଦ୍ୱିତୀୟ ଥର ପାଇଁ ଏହା ହୋଇଥିବା ବେଳେ ଆଉ ଥରେ ଭୁଲ କଲେ ବ୍ୟାନ୍ ମଧ୍ୟ ହୋଇପାରନ୍ତି ବୋଲି ଜଣାପଡିଛି ।
ରବିବାର ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ମ୍ୟାଚରେ ଲକ୍ଷ୍ନୌ ସ୍ଲୋ ଓଭର ବୋଲିଂ କରିଥିଲା । ତେଣୁ ଦଳକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି କାରଣରୁ ଅଧିନାୟକ କେଏଲ ରାହୁଲଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଫାଇନ ଲାଗିଛି । ସିଜିନରେ ଦ୍ୱିତୀୟ ଥର ପାଇଁ ଲକ୍ଷ୍ନୌ ଟିମ୍ ଉପରେ ଫାଇନ ଲାଗିଛି । ଅଧିନାୟକଙ୍କ ବ୍ୟତୀତ ଅନ୍ୟ ଖେଳାଳିଙ୍କ ଉପରେ ମଧ୍ୟ ୬ ଲକ୍ଷ ଟଙ୍କାର ଫାଇନ ଲାଗିଛି । ଏପରି ସିରିଜରେ ଦ୍ୱିତୀୟ ଥର ପାଇଁ ଦଳ ସହ ହୋଇଛି । ଯଦି ତୃତୀୟ ଥର ଭୁଲ ହୁଏ ତେବେ ଅଧିନାୟକ ରାହୁଲଙ୍କୁ ବଡ ଦଣ୍ଡ ମିଳିପାରେ । ଏପରିକି ତାଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ୍ ଲାଗିପାରେ । ସୂଚନା ଯେ, ପୂର୍ବଥର ଦଳ ବାଙ୍ଗାଲୋର ବିପକ୍ଷରେ ସମାନ ଭୁଲ କରିଥିଲା । ଫଳରେ ରାହୁଲଙ୍କ ଉପରେ ମ୍ୟାଚ୍ ଫିର ୨୦% ଜରିମାନା ଲାଗିଥିଲା ।