କରୋନାର ସ୍ଥିତିକୁ ନେଇ କେନ୍ଦ୍ରସରକାରଙ୍କୁ ଦାୟୀ କଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ : ଦେଶର ମହାମାରୀ କରୋନାର ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସେ କହିଛନ୍ତି ମୁଁ ଆଗରୁ ଚେତାଇଥିଲି କିନ୍ତୁ ମୋ କଥା କେହି ଶୁଣିନଥିଲେ । ଏପରିକି ବୈଜ୍ଞାନିକଙ୍କ କଥା ବି ମାନିନଥିଲେ । ଏବେ ପରିସ୍ଥିତି ବିଗିଡିବା ପାଇଁ କେନ୍ଦ୍ର ହିଁ ଦାୟୀ । ଗୋଟିଏ ଗଣମାଧ୍ୟମରେ ସାକ୍ଷାତକାର ସମୟରେ ଏପରି କହିଛନ୍ତି କଂଗ୍ରେସ ଯୁବରାଜ । ରାହୁଲ କହିଛନ୍ତି ଭାରତର ମହାମାରୀ ପରିସ୍ଥିତି ସାରା ଦେଶକୁ ଦୋହଲାଇ ରଖିଦେଇଛି ।
ଏପରିକି କେଉଁଠି ଅକ୍ସିଜେନ ଅଭାବରୁ ଜୀବନ ଯାଉଛି ଆଉ କେଉଁଠି ଶବ ଦାହ ପାଇଁ ଲମ୍ୱା ଲାଇନ ଲାଗୁଛି । ଏପରି ସ୍ଥିତିରେ ଯାହି ବି ଚେତାବନୀ ଦିଆଯାଇଛି କେନ୍ଦ୍ର ସେସବୁକୁ ନଜର ଅନ୍ଦାଜ କରିଛି । ଆଗକୁ ବି ପରିସ୍ଥିତି ଭୟଙ୍କର ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ । ଆହୁରି ସେ କହିଛନ୍ତି ଆମ ଦେଶର କରୋନା ମୁକାବିଲା କ୍ଷେତ୍ରରେ ପଛରେ ରହିଯାଇଛି । ଆମର ସବୁକିଛି ଅଭାବ ରହିଛି । ହସ୍ପିଟାଲରେ ଦାବି ମୁତାବକ୍ ଅକ୍ସିଜେନ ଉପଲବ୍ଧ ହେଉନି । ଡାକ୍ତରମାନେ ବାରମ୍ୱାର ମାଗୁଥିଲେ ବି ଯୋଗାଇ ପାରୁନାହାନ୍ତି କେନ୍ଦ୍ର ସରକାର ।