ରାହୁ ଗ୍ରସ୍ତ ସମ୍ପୁର୍ଣ୍ଣ ସୂର୍ଯ୍ୟ ପରାଗ! ଦେଖନ୍ତୁ ପାଳନ ବିଧି ଓ ପାକ ନିଷେଧ ସମୟ… ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ
ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ସୂର୍ଯ୍ୟପରାଗ ଦୃଶ୍ୟ ହେତୁ ପାଳନୀୟ ତା ୨୫-୧୦-୨୦୨୨ରିଖ, କାର୍ତ୍ତିକମାସ ଅମାବାସ୍ୟା, ମଙ୍ଗଳବାର । ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୬୫ଙ୍କ ତୁଳା ଦି୯ନ କାର୍ତ୍ତିକମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମଙ୍ଗଳବାର ଦିନ ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ସୂର୍ଯ୍ୟପରାଗ ସଂଘଟିତ ହେବ । ପୁରୀଠାରେ ସନ୍ଧ୍ୟା ଘଣ୍ଟା ୫ । ୧୫ମିନିଟ୍ ରେ ହେବ । ତଥା ଓଡିଶାରେ ଗ୍ରସ୍ତାସ୍ତ ସୂର୍ଯ୍ୟପରାଗ ହେବ । ଅର୍ଥାତ୍ ସୂର୍ଯ୍ୟାସ୍ତ ବେଳକୁ ଗ୍ରହଣମୋକ୍ଷ ହୋଇନଥିବ । ତେଣୁ ଓଡିଶାରେ ସର୍ବମୋକ୍ଷ ଦେଖିହେବ ନାହିଁ । ତେଣୁ ଅକ୍ଟୋବର ମାସ ତା୨୬-୧୦-୨୦୨୨ରିଖ ବୁଧବାର ସୂର୍ଯ୍ୟଉଦୟ ପରେ ସ୍ନାନାଦି ସାରି ଦେବପୂଜା, ପାକକର୍ମାଦି, ଅନ୍ନଭୋଜନାଦି କରିବାକୁ ହେବ ।
ପାଳନ ବିଧି – ଅଦ୍ୟ ସୂର୍ଯ୍ୟପରାଗ ଯୋଗୁ ଗ୍ରହଣସ୍ପର୍ଶର ଘଣ୍ଟା ୧୨ଟା ପୂର୍ବରୁ ଅର୍ଥାତ୍ ତା ୨୪-୧୦-୨୦୨୨ରିଖ ସୋମବାର ରାତି ଘଣ୍ଟା ୪ । ୫୮ମିନିଟ୍ ପୂର୍ବରୁ ପାକତ୍ୟାଗ ଓ ଅନ୍ନଭୋଜନାଦି ଏବଂ ଦେବନୀତି ସାରିବାକୁ ହେବ । ପ୍ରତ୍ୟେକ ଗୃହୀ ଏହି ନିୟମ ମାନି ସୋମବାର ରାତି ଘଣ୍ଟା ୪ । ୫୮ମିନିଟ୍ ପରଠାରୁ ପରଦିନ ବୁଧବାର ବା ଅକ୍ଟୋବର ମାସ ତା ୨୬-୧୦-୨୦୨୨ ରିଖ ସୂର୍ଯ୍ୟ ଉଦୟ ପ୍ରାତଃ ଘଣ୍ଟା ୫ । ୪୬ମିନିଟ୍ ମଧ୍ୟେ ଅନ୍ନଭୋଜନାଦି, ପାକକର୍ମାଦି ଓ ଦେବନୀତି ନିଷେଧ ହେବ । ବାଳ, ବୃଦ୍ଧ, ଅସୁସ୍ଥ ଓ ଆତୁର ବ୍ୟକ୍ତିମାନଙ୍କ ପକ୍ଷେ ଉପରୋକ୍ତ ନିୟମ ଲଂଘନୀୟ । କୌଣସି ଗର୍ଭିଣୀ ଉକ୍ତ ରାତିରେ ଗ୍ରହଣକୁ ନ ଦେଖି କୋଳରେ ଏକ ନଡିଆ ରଖି ଘର ଭିତରେ ରହି ଶ୍ରୀବିଷ୍ଣୁ ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରିବା ଉଚିତ୍ । ତା ୨୬-୧୦-୨୦୨୨ରିଖ ବୁଧବାର ପ୍ରାତଃ ଘଣ୍ଟା ୫ । ୪୬ମିନିଟ୍ ସୂର୍ଯ୍ୟଉଦୟ ପରେ ସ୍ନାନାଦି ସାରି ଦେବପୂଜା, ପାକକର୍ମାଦି, ଅନ୍ନଭୋଜନାଦି କରିବାକୁ ହେବ ।
ସୂର୍ଯ୍ୟପରାଗ କାର୍ତ୍ତିକ ଅମାବାସ୍ୟା ହେତୁ ଶ୍ରୀକ୍ଷେତ୍ର ମହୋଦଧିରେ, ପ୍ରାଚୀନଦୀରେ, ବିନ୍ଦୁସାଗର ପ୍ରଭୃତି ପବିତ୍ର ତୀର୍ଥସ୍ଥାନରେ ଓ ବୈତରଣୀ ପ୍ରଭୃତିରେ ସ୍ନାନ ଏବଂ ଶ୍ରେଷ୍ଠ କୁରୁକ୍ଷେତ୍ର ପୁଷ୍କର ତୀର୍ଥଠାରେ ସୂର୍ଯ୍ୟପରାଗ ସ୍ନାନ ଦାନ ପିଣ୍ଡଦାନରେ ଅକ୍ଷୟ ପୂଣ୍ୟଫଳ ଲାଭହୋଇଥାଏ । ଅଶକ୍ତପକ୍ଷେ ପ୍ରତ୍ୟେକ ନଦୀ ତଥା କୂପ ଜଳରେ ମଧ୍ୟ ସ୍ନାନ କରାଯାଇପାରିବ । ଗ୍ରହଣ ଦର୍ଶନେ ଚନ୍ଦ୍ରଶୁଦ୍ଧି – ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର ଓ କୁମ୍ଭ ଏ ରାଶିମାନଙ୍କର ସୂର୍ଯ୍ୟପରାଗ ଦର୍ଶନେ ଶୁଭପ୍ରଦ । ଏତଦ୍ ଭିନ୍ନ ଅନ୍ୟ ରାଶିମାନଙ୍କର ଅଶୁଭ । ଗ୍ରହଣ ଦର୍ଶନେ ତାରାଶୁଦ୍ଧି – ଅଶ୍ଵିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରାଫାଲଗୁନୀ, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ ଏ ନକ୍ଷତ୍ରମାନଙ୍କର ଗ୍ରହଣ ଦର୍ଶନେ ଶୁଭପ୍ରଦ । ଏତଦ୍ ଭିନ୍ନ ଅନ୍ୟ ନକ୍ଷତ୍ରମାନଙ୍କର ଅଶୁଭ । ଗ୍ରହଣସ୍ପର୍ଶେ ସ୍ନାନ ମନ୍ତ୍ର -ସ୍ଵସ୍ଥାନଂ ଗମ୍ୟତାଂ ରାହୋତ୍ୟଜ୍ୟତାଂ ସୂର୍ଯ୍ୟସଙ୍ଗମଃ । କର୍ମଚଣ୍ଡାଳ ଯୋନେସ୍ଥ ମମ ପାପକ୍ଷୟଂ କୁରୁ ॥ ଅର୍ଘ୍ୟ ଦାନ ମନ୍ତ୍ର – ହେସୂର୍ଯ୍ୟ! ସହସ୍ରାଂଶୁ ସୈଂହିକେୟ ରିପୋ ପ୍ରଭୋ ଅର୍ଘ୍ୟ ଦଦାମି ଦେବେଶ ରାହୋଗ୍ରହ ବିମୋଚନାତ୍ ॥ ମୁକ୍ତୌ ସ୍ନାନ ମନ୍ତ୍ର -ଯଥାପଦୋ ବିମୁକ୍ତସି ରାହୋଗର୍ଭାତ୍ ନିର୍ଗତଃ । ତଥାତ୍ଵଂ ଛାୟାକାନ୍ତ ଆପଦୋମା ବିମୋଚୟ ॥

ନିଜ ରାଶି ଅନୁସାରେ ଜାଣନ୍ତୁ ପରାଗ ସମୟରେ କଣ କରିବେ ଉପାୟ ?
ମନୁଷ୍ୟ ଜୀବନରେ ଆସିଥାଏ ବହୁତ କିଛି ପରିବର୍ତ୍ତନ । ମସ୍ତିଷ୍କ ଉପରେ ଗ୍ରହଣର ସିଧା ପ୍ରଭାବ ପଡିଥାଏ । ନିଜ ରାଶି ଅନୁସାରେ ନିମ୍ନୋକ୍ତ ମନ୍ତ୍ରକୁ ପରାଗ ସମୟରେ ସ୍ପଟିକମାଳା କିମ୍ବା ରୁଦ୍ରାକ୍ଷମାଳରେ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତିହେବ । ମେଷ:-ଔଁ କ୍ରାଂ କ୍ରୀଂ କ୍ରୌଂ ସଃ ଭୌମାୟ ନମଃ । ବୃଷ:-ଔଁ ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ଶୁକ୍ରାୟ ନମଃ । ମିଥୁନ:-ଔଁ ଭ୍ରା ଭ୍ରିଂ ଭ୍ରୌଂ ସଃ ରାହବେ ନମଃ । କର୍କଟ:-ଔଁ ଶ୍ରାଂ ଶ୍ରୀଂ ଶ୍ରୌଂ ସଃ ଚନ୍ଦ୍ରମାୟ ନମଃ । ସିଂହ:-ଔଁ ହ୍ରାଂ ହ୍ରୀଂ ହ୍ରୌଂ ସଃ ସୂର୍ଯ୍ୟାୟ ନମଃ । କନ୍ୟା:-ଔଁ ବ୍ରାଂ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ । ତୁଳା:-ଔଁ ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ଶୁକ୍ରାୟ ନମଃ । ବିଚ୍ଛା:-ଔଁ କ୍ରାଂ କ୍ରୀଂ କ୍ରୌଂ ସଃ ଭୌମାୟ ନମଃ । ଧନୁ:-ଔଁ ଖ୍ରାଂ ଖ୍ରୀଂ ଖ୍ରୌଂ ସଃ କେତବେ ନମଃ । ମକର:-ଔଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନିଶ୍ଚରାୟ ନମଃ । କୁମ୍ଭ:-ଔଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନିଶ୍ଚରାୟ ନମଃ । ମୀନ:-ଔଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରୁବେ ନମଃ । ବିଶେଷତଃ:- ପରାଗ ସମୟରେ ମନ୍ତ୍ର ଜପ କରିବା ଦ୍ଵାରା ଶହେଗୁଣ ଫଳ ପ୍ରାପ୍ତି ହେବ ।
ଗ୍ରହଣ ସମୟରେ ଭୋଜନ କିମ୍ବା ଦର୍ଶନକଲେ ସର୍ବୌଷଧି ଜଳରେ ସ୍ନାନ କରିଦାନ ଦକ୍ଷିଣାଦେଇ ଶାନ୍ତି କରିବେ । ଯେଉଁଦ୍ରବ୍ୟ ମିଶିଲେ ସର୍ବୌଷଧି ହେବ ତାହା ଜାଣି ରଖିବା ନିତ୍ୟାନ୍ତ ଆବଶ୍ୟକ । ୧-ଶ୍ଵେତ ସୋରିଷ, ୨- ହରିଦ୍ରା, ୩-ଜଟାମାଂସୀ ୪-ପ୍ରିୟଙ୍କୁ, ୫-ବେଣା, ୬-ଲୋଧ୍ର, ୭-ବଚ, ୮-ମୁଥା, ୯-ଦାରୁ, ଓ ୧୦-ଧନିଆ ଏହିସବୁ ଦ୍ରବ୍ୟ ୧୦ ଗ୍ରାମ୍ ହିସାବରେ ଏହି ଦଶଦ୍ରବ୍ୟ ସମ ପରିମାଣ ଗୁଣ୍ଡ କରି ପରାଗ ସମୟରେ ଜଳପୂର୍ଣ୍ଣ ମାଟି ମାଠିଆରେ ପକେଇ ଦେବେ । ୨୬ତାରିଖ ସୂର୍ଯ୍ୟଦୟ ପରେ ମାଠିଆରେଥିବା ଜଳରେ ସ୍ନାନ କରିବେ ।
ପରାଗ ସମୟରେ ଭୋଜନ କିମ୍ବା ଦର୍ଶନକଲେ ମାତୃକଷ୍ଟ, ମାନସିକ ବିକୃତି, ଦୁର୍ବଳତାଯୋଗେ ଶରୀର କ୍ଷୀଣ । ବଡରୋଗ, ଅର୍ଥାଭାବ, ଥଣ୍ଡାଜ୍ଵର ଆଦି ରୋଗରେ ପୀଡିତ ହେବେ । ଯେଉଁ ମାନଙ୍କ ଜାତକ ଲଗ୍ନରେ ରବିଥିବେ ସେମାନଙ୍କର ନିଶ୍ଚୟ ସ୍ୱାସ୍ଥ୍ୟ ଖରାପ ହେବ । ଯେଉଁ ମାନଙ୍କ ଜାତକରେ ରବିରାହୁ ଯୁକ୍ତ ହୋଇଥିବେ ସେମାନେ ପରାଗ ସମୟରେ ଅରୁଆଚାଉଳ, ଜଳ, ତମ୍ବା, କମଳାରଙ୍ଗର ବସ୍ତ୍ର, ଗୁଡ ବ୍ରାହ୍ମଣଙ୍କୁ ଦାନ ଦେଇ ଦକ୍ଷିଣା ଦେବେ ।
ପରାଗ ସମୟରେ ରୁଦ୍ରାକ୍ଷ ମାଳରେ ନିମ୍ନୋକ୍ତ ମନ୍ତ୍ରକୁ ୧୦୮ ଥର ଜପକଲେ ଅଶୁଭ ରବିମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରର୍ଦଶା ଖଣ୍ଡନ ହୋଇ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତିହେବ ।
ଔଁ ହ୍ରାଂ ହ୍ରୀଂ ହ୍ରୌଂ ସଃ ସୂର୍ଯ୍ୟାୟ ନମଃ ।
ପରାଗ ସମୟରେ ଗୋମୁତ୍ରରେ ଦାନ୍ତଘଷି ସଫା କରିବେ । ଗ୍ରନ୍ଥିରୋଗ ଦେଖାଦେଲେ ଗୋମୁତ୍ର ଓ ଫିଟିକିରି ବୋତଲ କିମ୍ବା ଟିଣ ଡବାରେ ମୁହଁ ବନ୍ଦକରି ଶୋଇବା ଗୃହରେ ରଖିବେ । ଗ୍ରହଣ ସମୟରେ ସ୍ପଟିକ ବା ରୁଦ୍ରାକ୍ଷ ମାଳରେ ନିମ୍ନୋକ୍ତ ମନ୍ତ୍ରକୁ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତିହେବ ।
ଔଁ ହ୍ରାଂ ହ୍ରୀଂ ହ୍ରୌଂ ସଃ ସୂର୍ଯ୍ୟାୟ ନମଃ ।
୧ । ପରାଗ ସମୟରେ କୁକୁରକୁ ଖାଦ୍ୟ ଦେଲେ ପୁତ୍ରର ବାଧାବିଘ୍ନ ଦୂର ହେବ ।
୨ । ଶରୀର ଅସୁସ୍ଥ ହୋଇ ଥିଲେ ପରାଗ ସମୟରେ ନିଜଓଜନର ଗୋଖାଦ୍ୟ ଦାନକଲେ ଦୋଷ ଶାନ୍ତିହେବ ।
୩ । ରବି ରାହୁଯୁକ୍ତ ହୋଇଥିଲେ ପରାଗ ସମୟରେ ରୂପା, ଅରୁଆ ଚାଉଳ, କର୍ପୁର, ଚାମେଲୀତେଲ, ଧଲାଲୁଗା ଶକ୍ତି ଅନୁସାରେ ଦାନ କରିବେ ।